ଚୋରି ହୋଇଥିବା ମୋବାଇଲ ଫେରିପାଇଲେ ମାଲିକ
ଭଞ୍ଜନଗର---- - ଚୋରି ମୋବାଇଲ ଉଧାର ଘଟଣାରେ ଗଂଜାମ ପୋଲିସକୁ ମିଳିଛି ବଡ଼ ସଫଳତା । ବିଭିନ୍ନ ଜିଲ୍ଲାରୁ ଚୋରି ହୋଇଥିବା ୨୪ ଟି ଚୋରି ମୋବାଇଲ କୁ ଭଞ୍ଜନଗର ପୋଲିସ ଉଧାର କରିବା ପରେ , ୩ ଜଣଙ୍କ ମୋବାଇଲ ମାଲିକଙ୍କୁ ଭଞ୍ଜନଗର ଥାନା ପରିସରରେ ହସ୍ତାନ୍ତର କରିଛନ୍ତି ଗଞ୍ଜାମ ଏସପି । ଗତ ଦୁଇଦିନ ପୂର୍ବରୁ ଭଞ୍ଜନଗର ନିକଟସ୍ଥ ଜାମପଲ୍ଲୀ ଗ୍ରାମର ଏକ ଘରେ ଚଢ଼ାଉ କରି ୨୪ ଟି ଦାମୀ ମୋବାଇଲ ଜବତ କରିଥିଲା ପୋଲିସ । ଏହା ସହ ଘରଭିତରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରିବା ସହ ଚୋରି ମୋବାଇଲ ଆଣି ରଖିଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଏ ସଂକ୍ରାନ୍ତରେ ତଦନ୍ତ ପରେ ଜଣା ପଡିଥିଲା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏସବୁ ମୋବାଇଲ ଚୋରି ହୋଇଥିଲା । ଏବଂ ସେଗୁଡିକୁ ଆଣି ଭଞ୍ଜନଗର ଅଞ୍ଚଳରେ ସଂପୃକ୍ତ ଅଭିଯୁକ୍ତ ଜଣକ ରଖୁଥିଲା । ଚୋରି ହୋଇଥିବା ମୋବାଇଲ ଗୁଡ଼ିକୁ ଯାଞ୍ଚ ପରେ ସମ୍ପୁର୍କ ଲୋକଙ୍କ ଠିକଣା ପାଇ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଭଞ୍ଜନଗର ଥାନା ପରିସରରେ ହସ୍ତାନ୍ତର କରିଛନ୍ତି ଗଂଜାମ ଏସପି ଜଗମୋହନ ମୀନା । ଏଥିରେ ସଂପୃକ୍ତ ଥିବା ମୋବାଇଲ ଲୁଟେରା ମାନଙ୍କୁ ଖୁବ୍ ଶୀଘ୍ର ଧରାଯିବ ବୋଲି ଏସପି କହିଛନ୍ତି। ଏବଂ ଗଂଜାମ ଜିଲ୍ଲା ର ବିଭିନ୍ନ ଥାନା ପକ୍ଷରୁ ଉଧାର ହୋଇଥିବା ପ୍ରାୟ ୨୦୦ ଟି ମୋବାଇଲକୁ ସଂପୃକ୍ତ ମୋବାଇଲ ଗ୍ରାହକଙ୍କୁ ହସ୍ତାନ୍ତର କରାଯାଇଥିବା ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଗଞ୍ଜାମ ଏସପି ଶ୍ରୀ ମଇନା । ଏହାସହ ଚୋରି ହୋଇଥିବା ମୋବାଇଲ ପାଇବା ପରେ ଖୁସି ପ୍ରକାଶ କରିଛନ୍ତି ମୋବାଇଲ ମାଲିକ ମାନେ। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଏସପି ଶ୍ରୀ ମୀନା ଙ୍କ ସମେତ ଏସଡିପିଓ ବିଶ୍ଵାମିତ୍ର ହରପାଲ୍ , ଥାନାଧିକାରୀ ଭଗବାନ ପୂଜାରୀ ଏବଂ ଏସଆଇ - କେଶବ ଷଢଙ୍ଗୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ ,୧୬/୧୦/୨୦୨୩----୮,୩୫ Sakhigopal News,16/10/2023