ପ୍ରମୋଦ ଉଦ୍ଯାନରେ ଭଜନ ସମାରୋହ
ସାକ୍ଷୀଗୋପାଳ ----ସୁଆଣ୍ଡୋ ସ୍ଥିତ ଗୋପବନ୍ଧୁ ସ୍ମୁତି ସଂଗ୍ରହାଳୟ ପରିସରରେ ଥିବା ପ୍ରମୋଦ ଉଦ୍ଯାନରେ ଭଜନ ସମାରୋହ ଅନୁଷ୍ଠିତ ଯୋଇଯାଇଛି । ଏହି କାର୍ଯ୍ଯକ୍ରମକୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଆୟୋଜନ କରାଯାଇ ଥିଲା । ଏଥିରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ସ୍ମୁତି ମେମୋରିଆଲ ଟ୍ରଷ୍ଟ ବୋର୍ଡ ସଦସ୍ଯ ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ, ଆର ଆଣ୍ଡ କେ ପ୍ରାଇଭେଟ ଲିମିଟେଡର ଉପସଭାପତି ଅଞ୍ଜନ କୁମାର ନାୟକ ଓ ସାମାଜିକ କର୍ମୀ ସୁଶୀଳ କୁମାର ସାହୁ ଅତିଥି ଭାବେ ଯୋଗଦାନ କରିଥିଲେ । ପ୍ରଥମେ ପୁଣ୍ଯାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ଯାର୍ପଣ କରାଯାଇଥିଲା । ପ୍ରଦୀପ ପ୍ରଜ୍ୱଳନ କରାଯିବା ପରେ ଆନୁଷ୍ଠାନିକ ଭାବେ କାର୍ଯ୍ଯକ୍ରମ ଆରମ୍ଭ କରାଯାଇଥିଲା। ହିନ୍ଦୁସ୍ତାନୀ କ୍ଲାସିକାଲ, ଭୋକାଲ ଏବଂ ଭଜନ ପରିବେଷଣ କରାଯାଇଥିଲା । ଓଡିଶାର ସୁନାମଧନ୍ୟ କଳାକାର ଶଶାଙ୍କ ଶେଖର, ସୁଶ୍ରୀ ରଶ୍ମିତା ଦାଶ, ସୁଶ୍ରୀ ସଙ୍ଗିତା ଦାସ, ସୌଭାଗ୍ୟ ପ୍ରହରାଜ, ଚିତରଞ୍ଜନ ସାମନ୍ତରାୟ ଓ ଏସ ସିମାଦ୍ରି ରାଓ କଳାକାର ମାନେ ଭଜନ ପରିବେଷଣ କରିଥିଲେ। ସହସ୍ରାଧିକ ଶ୍ରୋତା ଭଜନ ସମାରୋହ କୁ ମନଭରି ଉପଭୋଗ କରିଥିଲେ । ସେହିପରି ବାଦ୍ଯଯନ୍ତ୍ରରେ କିବୋର୍ଡରେ କାହ୍ନା, ତବଲାରେ ରାଜା, ଢୋଲ କରେ ଚଣ୍ଡୀପ୍ରସାଦ ମହାରଣା ଓ ଗିତାରରେ ବାପି ବାଦ୍ଯ ପରିବେଷଣ କରିଥିଲେ । ଏହାକୁ ସେଣ୍ଟର ଫର ଯୁବ ଏବଂ ସୋସିଆଲ ୱେଲଫେୟାର ଓ ଏଲଆଣ୍ଡକେ ପ୍ରାଇଭେଟ ଲିମିଟେଡ ପକ୍ଷରୁ ପରିଚାଳନା କରାଯାଇ ଥିଲା । ଶେଷରେ ସଂଗ୍ରହାଳୟ ତତ୍ୱାବଧାରକ ହିମାଦ୍ରି ନାୟକ ଧନ୍ଯବାଦ ଦେଇଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୨/୧୧/୨୦୨୩---୮,୨୫ Sakhigopal News,12/11/2023