ବ୍ଳକ ସ୍ତରୀୟ କବାଡି ପ୍ରତିଯୋଗିତା
ସାକ୍ଷୀଗୋପାଳ --- ସତ୍ୟବାଦୀ ମଣ୍ଡଳ ସ୍ତରୀୟ କବାଡି ପ୍ରତିଯୋଗିତା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୨୫ଗୋଟି ହାଇସ୍କୁଲର ୨ଶହ ଜଣ ଛାତ୍ରଛାତ୍ରୀଙ୍କ ସହିତ ୨୫ଜଣ ଗାଇଡି ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ । ସତ୍ୟବାଦୀ ମଣ୍ଡଳ ଶିକ୍ଷା ଅଧିକାରିଣୀ ଭବମ ପ୍ରଧାନଙ୍କ ତତ୍ୱବଧାନରେ କବାଡି ଖେଳ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକମାନସ ରଞ୍ଜନ ପଟ୍ଟନାୟକ କ୍ରୀଡା ପତାକା ଉତ୍ତୋଳନ କରିଥିଲେ । ଜିଲ୍ଲା ସ୍ତରକୁ ଜୁନିୟର ବିଭାଗର ବାଳକ ଓ ବାଳିକା ସେହିପରି ସିନିୟର ବିଭାଗରେ ବାଳକ ବାଳିକା ୪ଗୋଟି ଟିମରେ ୩୬ଜଣ ପିଲା ଯିବେ ବୋଲି ସତ୍ୟବାଦୀ ବ୍ଳକର ଗେମସ ଆଣ୍ଡ ସ୍ପୋଟର୍ସର ସମ୍ପାଦକ ତଥା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ସୁଚିତ୍ର ଖଟେଇଙ୍କ ଠାରୁ ସୁଚନା ମିଳିଛି । ପୁଷ୍କାଞ୍ଜଳି ଜେନା, ସଂଗ୍ରାମ କେଶରୀ ମହାନ୍ତି, ଲିଙ୍ଗରାଜ ସାହୁ, ଉମାକାନ୍ତ ନାୟକ, ମୌସୁମି ଦାଶ, ଦାମଦର ମିଶ୍ର, ଜୟଶ୍ରୀ ପଣ୍ଡା, ସନ୍ଦିପ ତ୍ରିପାଠୀ ପ୍ରମୁଖ ଖେଳ ପରିଚାଳନା କରିଥିଲେ ।
