କ୍ଷେତ ଜଗିବାକୁ ଯାଇଥିବା ବେଳେ ଜଣେ ଚାଷୀଙ୍କୁ , ଦଳି-ଚକଟି ମାରିଦେଲେ ବଣୁଆ ହାତୀପଲ
ଭଞ୍ଜନଗର---- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ, ମୁଜାଗଡ ବନାଞ୍ଚଳ ଅନ୍ତର୍ଗତ ଗୁଣ୍ଡୁରିବାଡି ଗାଁ ନିକଟରେ ଘଟିଛି ଏଭଳି ଏକ ଘଟଣା । ନିଜର ଫସଲ ଜଗିଥିବା ସମୟରେ ବଣୁଆ ହାତୀ ପଲ ଦଳାଚକଟା ମାରିଦେଲେ। ମୃତକ ଜଣକ ସେହି ଗ୍ରାମର ଟୁନା ଗୌଡ । ଘଟଣା ସମୟରେ ସାଥିରେ ଥିବା , ଅନ୍ୟ ଚାଷୀ ମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗତ ରାତିରେ ଏଭଳି ଘଟଣା ଘଟିଥିବା ବେଳେ , ଆଜି ସକାଳୁ ମୃତଦେହ ଠାବ ହୋଇଥିଲା । ଘଟଣା ପ୍ରକାରେ , ଗତ ୪ ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ୧୭ ଟି ବଣୁଆ ହାତୀ , ଆଖପାଖ ଅଞ୍ଚଳର କ୍ଷେତରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ଫସଲକୁ ହାତୀ ମୁହଁରୁ ବଞ୍ଚାଇବା ପାଇଁ ସ୍ଥାନୀୟ ଲୋକେ , ରାତିରେ ହାତୀପଲ କୁ ଘଉଡାଇବା ପାଇଁ ଯାଉଥିଲେ । ସେହି ଅନୁସାରେ ଗତ ରାତିରେ ଗୁଣ୍ଡୁରିବାଡି ଗାଁ ର ପ୍ରାୟ ୧୨ ଜଣ ଚାଷୀ ଏକାଠି ହୋଇ , ନିଜନିଜ ଫସଲ କ୍ଷେତ କୁ ଯାଇଥିଲେ । ହଠାତ୍ ଘଟଣା ସ୍ଥଳକୁ ହାତୀପଲ ଆସି , ସଂପୃକ୍ତ ଲୋକଙ୍କୁ ଆକ୍ରମଣ କରିବାକୁ ଆସିଥିଲେ । ଅନ୍ୟମାନେ ଘଟଣା ସ୍ଥଳରୁ ଦୌଡ଼ି ଚାଲିଯାଇଥିବା ବେଳେ , ଟୁନା ଗୌଡ ଙ୍କୁ ହାତୀପଲ ଆକ୍ରମଣ କରିଥିଲେ ଏବଂ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଭୋର ସମୟରେ ତାଙ୍କର ମୃତଦେହ ଠାବ ହୋଇଥିଲା । ଖବର ପାଇ ସ୍ଥାନୀୟ ଲୋକେ ଏବଂ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ମୃତଦେହ କୁ ଜବତ କରି , ତଦନ୍ତ ଚଳାଇଛି ବନବିଭାଗ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୮/୧୦/୨୦୨୩----୭,୫୫ Sakhigopal News,