Breaking News

ସ୍ୱାଗତ ସମ୍ବିଧାନ ଉତ୍ସବ ଆବିଷ୍କାର -୨୦୨୩ ଅନୁଷ୍ଠିତ


ଭଞ୍ଜନଗର--
ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟ ବିଜ୍ଞାନ ବିଭାଗ ମିଳିତ ଆନୁକୂଲ୍ୟରେ ଯୁକ୍ତ ତିନି ପ୍ରଥମ ବର୍ଷର ବିଜ୍ଞାନ ଛାତ୍ର ଛାତ୍ରୀ ମାନଙ୍କ ସ୍ୱାଗତ ସମ୍ବିଧାନ ନିମନ୍ତେ ଆବିଷ୍କାର -୨୦୨୩ ଅଧକ୍ଷ ଡ଼ଃ ରମଣୀ ରଞ୍ଜନ ମିଶ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ର ପରିଚାଳନା କମିଟି ସଭାପତି ଡାକ୍ତର ରାଜେନ୍ଦ୍ର ପ୍ରସାଦ ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ଡ଼ଃ ପୀତବାସ ପାଳ, ପ୍ରାଧ୍ୟାପକ ବଦ୍ରିନାରାୟଣ ପାତ୍ର ,ଇକାକ ସଂଯୋଜକ ଡ଼ଃ ଜଶୋବନ୍ତ ପାନ ଏବଂ ମୋ କଲେଜ ସଂଯୋଜକ ମାଧବ ଦଳେଇ  ମଞ୍ଚାସୀନା ରହି ଛାତ୍ର ଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟର ବିଭିନ୍ନ ନିୟମ କାନୁନ ଏବଂ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ୱଳ ଭବିଷ୍ୟତ ନିମନ୍ତେ ଉପଦେଶ ପ୍ରଦାନ କରିଥିଲେ। ସେହିପରି ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ବସନ୍ତ କୁମାର ଶତପଥୀ ଏବଂ ଇଁରାଜୀ ବିଭାଗ ଅଧ୍ୟାପକ ଡ଼ଃ ରାଜକିଶୋର ରଣା ଉଭୟ ଉଦବୋଧନ ହୋଇ ଛାତ୍ର ଛାତ୍ରୀ ମାନଙ୍କର ଭବିଷ୍ୟତ ନିମନ୍ତେ ଜଗନ୍ନାଥ ଙ୍କ ଠାରେ ପ୍ରାର୍ଥନା କାଟିଥିଲେ। ବିଜ୍ଞାନ ର ଛାତ୍ର ଛାତ୍ରୀ ସବୁ ବିଷୟରେ ନିଜର ପରଦାଶିତ ହାସଲ କରିବା ଆଚାଶ୍ୟକ ଦେଇ ମତବ୍ୟକ୍ତ କାରିଥିଲେ। ଶେଷରେ ପଦାର୍ଥ ବିଜ୍ଞାନର ଶେଷ ବର୍ଷର ଛାତ୍ରୀ ସନ୍ତୋଷିନୀ ଧନ୍ୟବାଦ ଅର୍ପଣ କରିଥିଲେ।  ଛାତ୍ର କୀର୍ତ୍ତତ ରଣା ଏବଂ ଗୌତମ ପଣ୍ଡା ସଂଯୋଜନାରେ ଛାତ୍ର ଛାତ୍ରୀ ମାନଙ୍କ ମନରଂଜନ ପାଇଁ ଏକ ସୁନ୍ଦର ରଙ୍ଗାରଙ୍ଗ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନବାଗତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ଛାତ୍ରୀ ତୃପ୍ତିମୟୀ ତ୍ରିପାଠୀ କୁ ନିଜର ସାମଗ୍ରିକ କୃତି ନିମନ୍ତେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କିତ କରାଯାଇଥିଲା। ଦୁତୀୟବର୍ଷ ପରି ଓ ଶେଷବର୍ଷର ଛାତ୍ର ଛାତ୍ରୀ ମାନେ ନବଗତ ଛାତ୍ର ଛାତ୍ରୀ ମାନଙ୍କୁ ଗୋଟିଏ ଗୋଟିଏ ପେନ ସ୍ନେହରେଉପହାର ଦେଇଥିଲେ। ଉକ୍ତ କାଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ରହି ମନଭରି ରଙ୍ଗାରଙ୍ଗ କାଯ୍ୟକ୍ରମକୁ ଉପଭୋଗ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୧୦/୨୦୨୩----୮,୪୫ Sakhigopal News 22/10/2023---8,45

Blog Archive

Popular Posts