Breaking News

କ୍ଷତ୍ରିୟବରପୁର ଡିଗ୍ରୀ କଲେଜର ରସାୟନ ବିଜ୍ଞାନ ବିଭାଗର ପାଠଚକ୍ର ଅନୁଷ୍ଠିତ



ଭଞ୍ଜନଗର - ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ଠାରେ ରସାୟନ ବିଜ୍ଞାନ ବିଭାଗର ଏକ ପାଠଚକ୍ର ଆୟୋଜିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ଡଃ. ରବିନାରାୟଣ ପାତ୍ର ଅନୁଷ୍ଠିତ ସଭାରେ ସଭାପତିତ୍ବ କରିଥିଲେ । କାର୍ଯ୍ୟକ୍ରମରେ ପଦାର୍ଥ ବିଜ୍ଞାନ ମୁଖ୍ୟ ଡଃ ଗିରିଧର ନାୟକ ପ୍ରଦୀପ ପ୍ରଜ୍ବଳନ କରିବା ସହ  ଛାତ୍ରଛାତ୍ରୀ ଙ୍କ ଭୂମିକା ସଂକ୍ରାନ୍ତରେ ମତ ରଖିଥିଲେ । ଶେଷବର୍ଷ ଛାତ୍ରୀ ଅମିଶା ଗୌଡ , ପାଠଚକ୍ର ର ଶୀର୍ଷକ ସନ୍ଦର୍ଭ "ରୋଲ୍ ଅଫ୍ କେମେଷ୍ଟ୍ରି ଇନ୍ ଚନ୍ଦ୍ରାୟନ" ପାଠ କରିଥିଲେ । ସମ୍ପାଦକ ସୌରଭ ତ୍ରିପାଠୀ ବିବରଣୀ ପାଠ କରିଥିବା ବେଳେ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ନବାଗତ ଛାତ୍ରଛାତ୍ରୀଙ୍କୁ  ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବା ସହ ଆଲୁମିନ୍ ଆସୋସିଏସନ୍ ତରଫରୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ  ଗତ ପରୀକ୍ଷା ରେ ପ୍ରଥମ , ଚତୁର୍ଥ ଏବଂ ଷଷ୍ଠ ସ୍ଥାନ ଅଧିକାର କରିଥିବା ରୂପାଲୀ ଗୌଡ , ଶୁଭାଶିଷ ନାହାକ ଏବଂ ପ୍ରତି ବିଷୋୟୀ ଙ୍କୁ ମାନପତ୍ର ଏବଂ  ଉପଢୌକନ ଦେଇ ସମ୍ବର୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ରସାୟନ ବିଜ୍ଞାନ ବିଭାଗର ଡଃ ସଂଜୀବ କୁମାର ଦାସ , ପତନ ତ୍ରିପାଠୀ ଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ପାଠଚକ୍ର ର ସହ ସମ୍ପାଦିକା ପ୍ରାଚୀ ରାଜୁ ଧନ୍ୟବାଦ ଅର୍ପଣ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୧୦/୨୦୨୩-----୮,୫୫ Sakhigopal News,13/10/2023

Blog Archive

Popular Posts