Breaking News

ପାଣି ନାଳ ଜବରଦଖଲ କଲେ ବାହୁବଳୀ ବିଲଡର ,ବିଲ ଫାଟି ଆଁ ,ଚିନ୍ତାରେ ଚାଷୀ, ତହସିଲରେ ଅଭିଯୋଗ

 

ଜଟଣୀ :----
ଭୁବନେଶ୍ୱର ଏବଂ ଏହାର ଉପକଣ୍ଠରେ ଜମି ଦର ଏବେ ଆକାଶଛୁଆଁ । ଜମି ବେପାର କରି ବିଲଡର ମାନେ ଏବେ କୋଟି କୋଟି ଟଙ୍କା ଆୟ କରୁଛନ୍ତି |ନିଜର ପ୍ରୋଜେକ୍ଟ ପାଇଁ ଜଳାଶୟ ,ଗୋଚର ,ଖେଳ ପଡିଆ ,ପାଣି ନାଳ ଇତ୍ୟାଦି ସରକାରୀ ଜମିକୁ କରୁଛନ୍ତି ଜବରଦଖଲ | ଏପରି ସ୍ଥଳେ କେତେକ ଅସାଧୁ ବଳଶାଳୀ ବିଲଡର ଧାନ ଜମିକୁ ସଂଯୋଗ କରୁଥିବା ପାଣି ନାଳ ବା କେନାଲ ଜମିକୁ କବଜା କରିଛନ୍ତି । ସ୍ଥାନୀୟ ଚାଷୀଙ୍କୁ  ଭୟଭୀତ କରିବା ଓ ଗୁଣ୍ଡା ଲଗାଇ ଧମକ ଚମକ ଦେଇ ଜୋର ଜବରଦସ୍ତ ରାସ୍ତା ନିର୍ମାଣ କରୁଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଟଣୀ ତହସିଲ ପଞ୍ଚୁପଲ୍ଲୀ ଅଞ୍ଚଳରେ |
ସୁଚନା ମୁତାବକ, ପଞ୍ଚୁପଲ୍ଲୀ ମୌଜାର ଖାତା ନମ୍ବର-: ୪୦୨ ରେ ତିରିଶିରୁ ଅଧିକ ପ୍ଲଟ ରହିଛି, ଯାହାର ଏରିଆ ୦୯ ଏକର ରୁ ଅଧିକ।  ଏହାର କିସମ ପାଣି ନାଳ ଅଟେ |ଏହି ପାଣି ନାଳ ଦେଇ ନିକଟ ରଙ୍ଗିଆ ନଈରୁ ପାଣି ଆସିବା ଫଳରେ ପଂଚୁପଲ୍ଲୀ,ପଧାନସାହି ,ଜାମୁକୋଳି ,ବିରବନ୍ଧ ଇତ୍ୟାଦି ଗାଁର ଚାଷୀ ମାନେ ପ୍ରାୟ ୫୦୦ ଏକର ରୁ ଅଧିକ ଜମି ଧାନ ଚାଷ କରିଥାନ୍ତି |କିନ୍ତୁ ଗତ ମାସରେ ଏୟାରଫିଲଡ ଥାନା ସୁନ୍ଦରପଦା ଅଞ୍ଚଳର ଜଣେ ବାହୁବଳୀ ବିଲଡର ସ୍ଥାନୀୟ କିଛି ଅସାମାଜିକ ଯୁବକଙ୍କୁ ଧରି ସେହି ପାଣି ନାଳକୁ ମୋରମ ପକାଇ ପୋତି ରାସ୍ତା ତିଆରି କରି ଦେଇଛନ୍ତି  | ବିଲଡର ଜଣକ ନିଜ ପ୍ଳଟିଙ୍ଗ ପ୍ରୋଜେକ୍ଟ ପାଇଁ ରାସ୍ତା ନେବାକୁ ଏଭଳି କରିଥିବା ଜଣାପଡିଛି |ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀ ମାନେ ବିରୋଧ କରିବାରୁ ଗୁଣ୍ଡା ଲଗାଇ ସେମାନଙ୍କୁ ଧମକ ଚମକ ଦିଆଯାଉଛି |ଥାନାକୁ ଗଲେ ସିଭିଲ ମ୍ୟାଟର କହି ପୋଲିସ ସେମାନଙ୍କୁ ବିଦା କରିଦେଉଛି | ଚାଷୀ ମାନଙ୍କ କହିବା ଅନୁସାରେ ସେହି ବିଲଡର ଟଙ୍କା ଦେଇ ପୋଲିସ ମୁଁହ ବନ୍ଦ କରିଦେଇଛି |ବାଧ୍ୟ ହୋଇ ଆଜି ୩୦ ରୁ ଅଧିକ ଚାଷୀ ଜଟଣୀ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି |ସେପଟେ କେନାଲ ପୋତି ଦେବାରୁ ପ୍ରାୟ ଏକ ମାସ ହେଲାଣି ପାଣି ଆସୁନାହିଁ |ପାଣି ନ ଆସିବାରୁ ବିଲ ଫାଟି ଆଁ କଲାଣି |ଧାନ ପାଚିବା ସମୟ ଆସିଲାଣି |ପାଣି ନହେଲେ ଶହ ଶହ ଏକର ଧାନ ନଷ୍ଟ ହୋଇଯିବ |ଯଥାଶୀଘ୍ର କେନାଲ ଉପରୁ ଜବରଦଖଲ ନ ହଟିଲେ ଚାଷୀମାନେ ତହସିଲ ଅଫିସ ଆଗରେ ଧାରଣା ଦେବେ ବୋଲି ପ୍ରକାଶ କରିଛନ୍ତି |
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୯/୧୦/୨୦୨୩---୮,୫୫ Sakhigopal News,19/10/2023

Blog Archive

Popular Posts