Breaking News

ପୋଷଣ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ


ଡେଲାଙ୍ଗ -  ସୁପୋଷିତ ଭାରତ ଲକ୍ଷ୍ୟ ନେଇ  ଶିଶୁ,ମାତୃ ମୃତ୍ୟୁହାର ହ୍ରାସ ସହ ଶିଶୁ ,କିଶୋରୀ ଗର୍ଭବତୀ ମାନଙ୍କୁ ଅପପୁଷ୍ଟିରୁ ରକ୍ଷା ନିମନ୍ତେ ଡେଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ପୋଷଣ ସଚେତନତା କାର୍ଯ୍ୟକ୍ରମ ଡେଲାଙ୍ଗ ସେକ୍ଟରର ଅଙ୍ଗନବାଡ଼ି ସୁପରଭାଇଜର ସଂଘମିତ୍ରା ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଡେଲାଙ୍ଗ ବ୍ଲକ୍ ସମନ୍ୱିତ ଶିଶୁ ବିକାଶ ଯୋଜନା ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମଣ୍ଡଳ ଶିଶୁ ବିକାଶ ଅଧିକାରିଣୀ ଜାପାନୀ ମିତ୍ର ଯୋଗଦେଇ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସତ୍ୟଭାମା ଦେବୀ ସଭାପତିତ୍ବ କରିଥିଲେ। ଏଥିରେ ମୁନିଦା, କଲ୍ୟାଣପୁର, ଡେଲାଙ୍ଗ କୋଠବାଡ ଗ୍ରାମପଞ୍ଚାୟତର ୨୬ଜଣ ଅଙ୍ଗନବାଡ଼ି କର୍ମୀ,୨୬ଜଣ ସହାୟିକା, ସ୍ଥାନୀୟ ଆଶାକର୍ମୀ, କିଛି ଗର୍ଭବତୀ ମହିଳା ଓ କିଶୋରୀମାନେ ଅଂଶଗ୍ରହଣ କରିଥିଲେ। ଏଥିରେ ବିଭିନ୍ନ ପ୍ରକାରର ପ୍ରସ୍ତୁତି ଖାଦ୍ୟ ପିଠା,ମିଠା ସହ ବିଭିନ୍ନ ପ୍ରକାରର ଫଳ,ଶାଗ,ପରିବା,ଡାଲି ଓ ଗର୍ଭବତୀ ମହିଳାଙ୍କ ବିଭିନ୍ନ ସମୟର ଫଟୋ ଆଦି ପ୍ରଦର୍ଶିତ ସହ ଶରୀର ପାଇଁ ଏହି ଖାଦ୍ୟ ଗୁଡ଼ିକର ଯଥା ଯୁକ୍ତ ଆବଶ୍ୟକତା ସମ୍ପର୍କରେ ସମସ୍ତଙ୍କୁ ବୁଝିଆଯାଇଥିଲା ।ସିଡିପିଓ ଆମ ହାତପାହାନ୍ତାରେ ମିଳୁଥିବା ବିଭିନ୍ନ କିସମର ଖାଦ୍ୟର ଶରୀର ପୁଷ୍ଟିକରଣ ଓ ପରିପୂରଣ ପାଇଁ ଭୂମିକା ଉପରେ ଆଲୋକପାତ୍ କରି ତଦନୁଯାୟୀ ଖାଦ୍ୟ ଗ୍ରହଣ କରିବାକୁ ସମସ୍ତଙ୍କୁ ସୁପରାମର୍ଶ ଦେଇଥିଲେ।ମିଶନ ଶକ୍ତି ବିପିସି ନନ୍ଦିତା ସ୍ବାଇଁ, ସମ୍ପାଦିକା ପ୍ରତିମା ଦାସ,ଏଏନ୍ଏମ୍ ରେଖା ସ୍ବାଇଁ,ଏସ୍ଏଚଜିଗ୍ରୁପର ଶାନ୍ତିଲତା ତ୍ରିପାଠୀ, ମମତା ଯୋଜନା ସଂଯୋଜକ ସନ୍ତୋଷ ମହାନ୍ତି, ସରକାରୀ କର୍ମଚାରୀ ଅଞ୍ଜନା ପାଲ୍, ସୁପରଭାଇଜର ଝୁନି ମଲ୍ଲିକ, ସରୋଜିନୀ ବେହେରା, ସୌମ୍ୟା ହୋତା, ଶାନ୍ତିଲତା ବାରିକ, ଭାନୁମତୀ ମଲ୍ଲିକଙ୍କ ସବୁ ସୁପରଭାଇଜରମାନେ ଯୋଗ ଦେଇ ସମସ୍ତଙ୍କୁ ପୋଷଣ ସମ୍ପର୍କରେ ସୂଚନା ଦେଇ ସଚେତନତା କରାଇଥିଲେ।
କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ସଫଳ କରିବାରେ ଅଙ୍ଗନବାଡ଼ି କର୍ମୀ ସ୍ବପ୍ନାରାଣୀ ସିଂ, ସୁଶ୍ରୀ ସାବରମତୀ ମହାରଣା, ପ୍ରମିଳା ମହାପାତ୍ର, କୁନିମଣି ମଲ୍ଲିକ,ଚପଳା ସାହୁ,ସହାୟିକା ବିଜୟଲକ୍ଷ୍ମୀ ଦଳେଇ,ଟିକିନା ଖଟେଇ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ।  ଉତ୍ତମ ସେବା ପାଇଁ ଅଙ୍ଗନବାଡ଼ି କର୍ମୀ ଅର୍ଚ୍ଚନା ମହାରଣା,ସଚଳା ପରିଡ଼ା, କବିତା ମହାପାତ୍ର, ପ୍ରମିଳା ମହାପାତ୍ର, ସ୍ୱାଗତିକା ପ୍ରଧାନ, ଡ଼ଲି ସ୍ବାଇଁ, ଶୈଳବାଳା ଲେଙ୍କା, ସତ୍ୟଭାମା ପରିଡାଙ୍କ ସହ ମୋହନପୁରର ସହାୟିକା ବିଜୟଲକ୍ଷ୍ମୀ ଦଳେଇ ଓ ବେନୁପଡାର ସହାୟିକା ଟିକିନା ଖଟେଇଙ୍କୁ ମୁଖ୍ୟ ଅତିଥି ସିଡିପିଓ ପୁରସ୍କୃତ କରିଥିଲେ। ଡେଲାଙ୍ଗ ୟୁଜିୟୁପି ସ୍କୁଲର ଛାତ୍ରୀ ସ୍ବୟଂଶାୟୀ ପ୍ରିୟଦର୍ଶୀନୀ,ଅନ୍ନପୁର୍ଣ୍ଣା ବେହେରା,ସାଇଶ୍ରୀତା ସିଂ,ପରମିନ୍ ବେଗମ୍ ,ଫରଜନା ନିଶା ପୋଷଣ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ଆକର୍ଷିତ,ଆମୋହିତ କରିଥିଲେ। ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ମଧ୍ୟ ପୁରସ୍କୃତ କରିଥିଲେ। କେତେକ ଗର୍ଭବତୀ ମହିଳାଙ୍କୁ ଟିଫିନ୍ ସେଟ୍ ପ୍ରଦାନ ପୂର୍ବକ ଉତ୍ସାହିତ କରାଯାଇଥିଲା।ଡେଲାଙ୍ଗ ୟୁଜିୟୁପି ସ୍କୁଲର ଶିକ୍ଷକ ମାନସ ସ୍ବାଇଁ , ସୋମନାଥ ବେହେରା,ଶିକ୍ଷୟିତ୍ରୀ ସତ୍ୟଭାମା ବେହେରା, ପାପଲିନ୍ ପ୍ରଧାନ, ପ୍ରିୟତ୍ତମା ସାହୁ ସହଯୋଗ କରିଥିଲାବେଳେ ଶିକ୍ଷକ ଅଭୟ ଚରଣ ସାହୁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମଟି ସଫଳତାର ସହ ସଂପାଦିତ ହୋଇଥିବାରୁ ସିଡିପିଓ ଓ ଅନ୍ୟ ମାନେ ଖୁସି ବ୍ୟକ୍ତ କରିଥିଲେ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୦/୧୦/୨୦୨୩----୮,୧୦ Sakhigopal News,10/10/2023

Blog Archive

Popular Posts