ଶାନ୍ତି ସ୍ରୋତ ଭବନରେ ଚୈତନ୍ୟ ଦେବୀଙ୍କ ଝାଙ୍କି ଆୟୋଜନ
ଭଞ୍ଜନଗର----- ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାନ୍ତି ସ୍ରୋତ ଭବନ, ନିଳାଦ୍ରୀ ବିହାର ଦ୍ଵିତୀୟ ଲାଇନ ପରିସରରେ ତିନି ଦିନ ବ୍ୟାପୀ ଆଦି ଶକ୍ତି ମା ଚୈତନ୍ୟ ଦେବୀଙ୍କର ଝାଙ୍କି ଆୟୋଜନ କରାଯାଇଥିଲା l
ଏହି ଅବସରରେ ପ୍ରତ୍ୟେକ ଦିନ ସନ୍ଧ୍ୟା 6 ଘଣ୍ଟା ଠାରୁ ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ଭିଡ ମଧ୍ୟରେ ଭକ୍ତି, ଅସ୍ଥା, ବିଶ୍ୱାସ ଓ ଭାବବିହ୍ୱଳତା ଦେଖିବାକୁ ମିଳିଥିଲା l ମା ଦୂର୍ଗାଙ୍କ ଉପରେ ଆଧାରିତ ଗୀତୀ ନାଟ୍ୟ, ସଙ୍ଗୀତ, ନୃତ୍ୟ, ବିଶ୍ଵନବ ନିର୍ମାଣ ଆଧ୍ୟାତ୍ମିକ ଚିତ୍ର ପ୍ରଦର୍ଶନୀକୁ ସହର ଓ ଗ୍ରାମାଞ୍ଚଳର ଶ୍ରଦ୍ଧାଳୁ ଭାଇ ଓ ଭଉଣୀ ମାନେ ଭରପୁର ଆନନ୍ଦ ଉପଭୋଗ କରିଥିଲେ । ମୁଖ୍ୟ ଅତିଥିଙ୍କ ଗହଣରେ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ବଡଜେନା,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଭଞ୍ଜନଗର, ଶ୍ରୀ ଅଚ୍ୟୁତାନନ୍ଦ ଜାନୀ, ତହସିଲଦାର, ଭଞ୍ଜନଗର ଏବଂ ଶ୍ରୀ ଭଗବାନ ପୁଜାରୀ, ଥାନା ଅଧିକାରୀ, ଭଞ୍ଜନଗର ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଝାଙ୍କି ଉଦଘାଟନ କରିଥିଲେ । ମୁଖ୍ୟ ବକ୍ତା ରାଜ ଯୋଗିନୀ ବ୍ରହ୍ମକୁମାରୀ ସଂତୋଷିନି ଭଉଣୀ ଆସୁରୀ ଶକ୍ତି ଉପରେ ଦୈବୀ ଶକ୍ତି ଦ୍ଵାରା ବିଜୟ ପ୍ରାପ୍ତ କରିବା ପାଇଁ ଶପଥ ପାଠ କରାଇଥିଲେ। ଝାଙ୍କିରେ ନିୟମିତ ରାଜଯୋଗ ଅଭ୍ୟାସ କରୁଥିବା ବ୍ରହ୍ମାକୁମାରୀ ଭଉଣୀମାନେ ଦେବୀ ରୂପରେ ମଞ୍ଚାସୀନ ଥିଲେ । ନୃତ୍ୟନାଟିକା ଓ ମଞ୍ଚ ପରିଚାଳନାରେ ବ୍ରହ୍ମକୁମାର ଭାଇ, ଭଉଣୀମାନେ ଅଭିନୟ ଓ ସହଯୋଗ କରିଥିଲେ। ଶେଷରେ ଅତିଥି ମାନଙ୍କୁ ବ୍ରହ୍ମା କୁମାରୀ ନୀରୁ ଭଉଣୀ ଧନ୍ୟବାଦ ଅର୍ପଣ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୫/୧୦/୨୦୨୩-----୮,୪୫ Sakhigopal News,25/10/2023