ବାଙ୍କୀ ମହୋତ୍ସବ-୨୦୨୩ ପାଳନ ନିମନ୍ତେ ପ୍ରଶାସନିକ ସ୍ତରୀୟ ବୈଠକ
ବାଙ୍କୀ ---- ଆସନ୍ତା ଅକ୍ଟୋବର ୨୮ ତାରିଖ ଠାରୁ ଆରମ୍ଭ ହେଉଥିବା ବାଙ୍କୀ ମହୋତ୍ସବ କୁ ଜାକଜମକରେ ପାଳନ ଓ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଏକ ପ୍ରଶାସନିକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ଶ୍ରୀ ଦେବୀ ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ମହୋତ୍ସବ କମିଟିର ପ୍ରତିଷ୍ଠାତା ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଭାତ କୁମାର ତ୍ରିପାଠୀ ଯୋଗ ଦେଇ ଏହାକୁ ମହାସମାରୋହରେ ପାଳନ କରିବାପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ମହୋତ୍ସବ ଏକ ଲୋକକଳାରେ ପରିଣତ ହୋଇଛି,ଏହି ସମୟରେ ମା ଚର୍ଚ୍ଚିକା ମନ୍ଦିରକୁ ଫୁଲ ଓ ଆଲୋକ ମାଳାରେ ସୁସଜ୍ଜିତ କରିବା,ବିଦ୍ୟୁତ ବିଭାଗ ତରଫରୁ ବିଦ୍ୟୁତ କାଟ ନ କରିବା ,ଅସ୍ଥାଇ ଶୌଚାଳୟ ସ୍ଥାପନ,ଏନ ଏ ସି ତରଫରୁ ମହୋତ୍ସବ ପଡିଆ ସଫା କରିବା,ପୂର୍ତ୍ତ,ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ମରାମତି କରିବାକୁ ଉପଜିଲ୍ଲାପାଳ ଶ୍ରୀ ମହାନ୍ତି ନିର୍ଦ୍ଦେଶ ଦେଇଥିଲେ। ଜାତମୁଣ୍ଡିଆ ପୋଲ ନିକଟରୁ ସୁବର୍ଣ୍ଣପୁର ପର୍ଯ୍ୟନ୍ତ ପୋଲିସ ପେଟ୍ରୋଲିଂ କରିବାକୁ ମତ ପ୍ରକାଶ ପାଇଥିଲା, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଜ୍ଞାନ ରଞ୍ଜନ ମିଶ୍ର ଗୃହକୁ ଆଶ୍ୱାସନା ଦେଇଥିଲେ । ମହୋତ୍ସବ ସମୟରେ ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା କରାଯିବ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହୋତ୍ସବ କମିଟିର ସାଧାରଣ ସମ୍ପାଦକ ଡ଼. ଗଣେଶ୍ୱର ସ୍ୱାଇଁ ମହୋତ୍ସବ ସମ୍ବନ୍ଧରେ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଉକ୍ତ ବୈଠକରେ ଡମପଡା ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରଣବ କିଶୋର ପଟେଲ, ବିଜ୍ଞାପିତ ଅଞ୍ଚଳ ପରିଷଦ ବାଙ୍କୀର ଅଧକ୍ଷା ଶ୍ରୀମତୀ ମାଣିକ ସାହୁ, ନିର୍ବାହୀ ଅଧିକାରୀ ଶ୍ରୀ ସମ୍ପଦ କୁମାର ସ୍ୱାଇଁ,ଆଇ.ଆଇ.ସି ବାଙ୍କୀ ଥାନା ଶ୍ରୀ କାବୁଲି ବାରିକ, ଆଇ.ଆଇ.ସି ବୈଦେଶ୍ୱର ଥାନା କାଦମ୍ବିନୀ ପରିଡାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି,ମହୋତ୍ସବ କମିଟିର ସଭ୍ୟ,ବରିଷ୍ଠ ନାଗରିକ,ଉପଜିଲ୍ଲାପାଳ କାର୍ଯ୍ୟାଳୟର ସୂର୍ଯ୍ୟନାରାୟଣ ମିଶ୍ର,ପଠାଣି ବାରିକ ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ତହସିଲଦାର ବାଙ୍କୀ ଅଶେଷ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କଟକରୁ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ରିପୋର୍ଟ,୧୬/୧୦/୨୦୨୩----୮,୪୫ Sakhigopal News,16/10/2023