Breaking News

କଳା ରଙ୍ଗର ପଲସର ଆତଙ୍କ

  ବରଗଡ଼ ---ବରଗଡ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଭୋଇପାଲି (ଜାମଟିକ୍ରା) ର ହନୁ ମାଝୀ ବୟସ ୬୦। ସେ ନିଜ ଚାହା ଦୋକାନ ବନ୍ଦ କରି  ରାତି ୯ଟା ସମୟରେ ସାଇକେଲ ରେ ନିଜ ଘର କୁ ଫେରୁଥିଲେ । ଥୁଆପାଲି ରୁ ପପଂଗା କେନାଲ ରାସ୍ତା ର ଭୋଇପାଲି ଛକ ମଝିରେ ଏକ କଳା ରଙ୍ଗର ପଲସର ବାଇକ ରେ ତିନି ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଅଟକାଇଥିଲେ । ସେ ଠିଆ ହେବାମାତ୍ରେ ମାରଣାସ୍ତ୍ର ଦେଖାଇ ତାଙ୍କର ଟଙ୍କା ଓ ମୋବାଇଲ ଲୁଟିନେଇ ଫେରାର ହୋଇଯାଇଥିଲେ। ହନୁମାଝୀ ୧୪ ତାରିଖ ଦିନ ଲିଖିତ ଭାବେ ଭେଡେନ ଥାନା ରେ ଅଭିଯୋଗ କରିଛନ୍ତି। ଏହାକୁ ଭେଡେନ ଥାନା ର ଏଏସଆଇ ମନୋରଞ୍ଜନ ପାଣିଗ୍ରାହୀ ଘଟଣା ତଦନ୍ତ କରୁଛନ୍ତି।ଏହି ଘଟଣା ପରେ ଅଂଚଳର ବୁଦ୍ଧିଜୀବୀ, ସଚେତନ ନାଗରିକ ମାନେ ପୋଲିସ ପେଟ୍ରୋଲିଂ କଡାକଡି କରିବା ପାଇଁ ଦାବି ହେଉଛି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୪/୧୦/୨୦୨୩---୮,୩୫ Sakhigopal News,14/10/2023

Blog Archive

Popular Posts