ଲରମ୍ଭା ମହାବିଦ୍ୟାଳୟରେ ଜାତୀୟ ଗଣିତ କର୍ମଶାଳା ଆୟୋଜିତ
ବରଗଡ଼ ---ବରଗଡ ଜିଲ୍ଲା ଲରମ୍ଭା ମହାବିଦ୍ୟାଳୟ ରେ ଜାତୀୟ ଗଣିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଦୁଇଦିନ ଧରି କର୍ମଶାଳାର ପ୍ରଥମ ଦିନରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ ,ଆଇ.ଆଇ.ଟି ହାଇଦ୍ରାବାଦର ସହକାରୀ ପ୍ରଫେସର ଡଃ ସୁକୁମାର.ଡି, ଓ ମେନଟର ଗାୟତ୍ରୀ .ଜି, ଆଇ.ଆଇ.ଟି ପାଟଣାର ମନମୋହନ ସାହୁ , ଲରମ୍ଭା ମହାବିଦ୍ୟାଳୟର ଗଣିତ ବିଭାଗର ମୁଖ୍ୟ ମୁକେଶ ଧାନୁକା, ଅଧ୍ୟାପକ ଡଃ ସୁବଳ ରଂଜନ ସାହୁ ଉପସ୍ଥିତ ଥିଲେ । ପ୍ରଥମେ ଲରମ୍ଭା ମହାବିଦ୍ୟାଳୟ ର ପ୍ରତିଷ୍ଠାତା ବ୍ରଜମୋହନ ପଣ୍ଡା ଓ ରାମାନୁଜମଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜଳନ କରାଯାଇ କର୍ମଶାଳା ଉଦଘାଟନ ହୋଇଯାଇଛି । ପ୍ରକାଶଯୋଗ୍ୟ ଯେ ସର୍ବ ଭାରତୀୟ ଗଣିତ କର୍ମଶାଳା ପାଇଁ ୨୨ଟି କଲେଜ ମନୋନୀତ ହୋଇଥିବା ବେଳେ ଲରମ୍ଭା କଲେଜ ମଧ୍ୟ ସ୍ଥାନ ପାଇଛି । ଏଥିରେ ମହିଳା ମହାବିଦ୍ୟାଳୟ ସମ୍ବଲପୁର, ଟି.ଏଫ କଲେଜ ବରଗଡ, ଜି.ଏମ କଲେଜ ସମ୍ବଲପୁର, ଅତାବିରା କଲେଜ , ବିକାଶ ଡିଗ୍ରୀ କଲେଜ ବରଗଡ, ପଂଚାୟତ କଲେଜ ବରଗଡ ଓ ଲରମ୍ଭା କଲେଜର ଗଣିତ ବିଭାଗର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଗଣିତ କ୍ଷେତ୍ରରେ ଦକ୍ଷତା ବିକାଶ ହେଉଛି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ ପ୍ରାଧ୍ୟାପକ ଅଶୋକ କୁମାର ମହାନ୍ତି, ଡଃ ଦିଗମ୍ବର ଚାନ୍ଦ, ପ୍ରାଧ୍ୟାପିକା ଜୟାକୁମାରୀ ମିଶ୍ର, ଡଃ ଲଳିତମୋହନ ପ୍ରଧାନ, ମିହିର କୁମାର ଥାର୍ଟି ସମେତ ବହୁ ଗଣିତ ବିଶାରଦ ଯୋଗ ଦେଇଥିଲେ। ଏଥିରେ କଲେଜର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୭/୧୦/୨୦୨୩---୮,୧୦ Sakhigopal News,7/10/2023
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୭/୧୦/୨୦୨୩---୮,୧୦ Sakhigopal News,7/10/2023