Breaking News

ଭେଡେନ ବ୍ଲକ ସ୍ତରୀୟ ସୁରଭି ୨୦୨୩ ପ୍ରସ୍ତୁତି ବୈଠକ ଅନୁଷ୍ଠିତ



ଥୁଆପାଲି ----- ବରଗଡ ଜିଲ୍ଲା ଗଣ୍ଡତୁରୁମ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ସୁରଭି-୨୦୨୩ ଆସନ୍ତା କାଲି ଅନୁଷ୍ଠିତ ହେବ l ସେଥିପାଇଁ ଏକ ପ୍ରସ୍ତୁତି ବୈଠକ ବି. ଇ.ଓ. ମଛିନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ହାଇସ୍କୁଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି l ଋଷୁଡ଼ା ହାଏର ସେକେଣ୍ଡାରୀ ସ୍କୁଲ ଅଧ୍ୟକ୍ଷ ଫକିର ମୋହନ ସାହୁ, ଜାନଡୋଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ଦାଶ, କୁବେଡେଗା ହାଇ ସ୍କୁଲ୍ ର ପ୍ରଧାନ ଶିକ୍ଷକ ରୁଦ୍ରଦେବ ସାହୁ, ସ୍କୁଲ୍ କମିଟି ଅଧ୍ୟକ୍ଷ ନିରଞ୍ଜନ ତ୍ରିପାଠୀ ଓ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଧାନ ମଞ୍ଚାସୀନ ଥିଲେ lବ୍ଲକ୍ ସ୍ତରରେ ବିଭିନ୍ନ ବିଭାଗର ଉତ୍ତୀର୍ଣ କୃତୀ ପ୍ରତିଯୋଗୀ ମାନେ ଯେପରି ଜିଲ୍ଲା ସ୍ତରରେ ପ୍ରଥମ ହେବେ ସେଥି ପ୍ରତି ବିଶେଷ ଦୃଷ୍ଟି ଦେବାକୁ ବି.ଇ.ଓ.ପରାମର୍ଶ ଦେଇଥିଲେ । ପ୍ରସ୍ତୁତି ବୈଠକରେ ଦାୟିତ୍ବ ବଣ୍ଟନ କରାଯାଇଥିବା ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।  ଶେଷରେ ଶିକ୍ଷକ ଚୋଡ଼ଗଙ୍ଗ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୬/୧୦/୨୦୨୩---୮,୪୫ Sakhigopal News,16/10/2023

Blog Archive

Popular Posts