ସରକାରୀ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଧ୍ୟକ୍ଷଙ୍କ ପ୍ରୋତ୍ସାହନରେ ଚାଲିଛି ଘରୋଇ କୋଚିଂ ସେଣ୍ଟର ; ନିର୍ଦ୍ଧିଷ୍ଟ "କୋଚିଂ"ସେଣ୍ଟରରେ ନ ପଢିଲେ ପ୍ରାକ୍ଟିକାଲ ଏବଂ ଥିଓରୀରେ କଟଅଫ ମାର୍କର ଧମକ
ଜଟଣୀ ---- ସହରରେ ମାଳ ମାଳ ଖୋଲିଛି କୋଚିଂ ସେଣ୍ଟର l ସରକାରଙ୍କ ଏଥି ପ୍ରତି କୌଣସି ନିଘା ନାହିଁ l ଯାହା ଫଳରେ ସଫର ହେଉଛନ୍ତି ନିରୀହ ଛାତ୍ରଛାତ୍ରୀ l ସହରରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ମହା ବିଦ୍ୟାଳୟର ଅଧକ୍ଷ ମାନେ ବିଭିନ୍ନ ଘରୋଇ "କୋଚିଂ' ସେଣ୍ଟର ମାନଙ୍କରେ ମାସକୁ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି l ସରକାରୀ ଉଚ୍ଚ ବିଦ୍ୟାଳୟ ଵା ମହା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ କୌଣସି ଘରୋଇ "କୋଚିଂ' ସେଣ୍ଟର ହେଉ ଵା ନିଜ ବାସଭବନରେ ହେଉ କେଉଁଠାରେ ଘରୋଇ ଶିକ୍ଷାଦାନର ନିୟମ ନ ଥିବା ବେଳେ ସରକାର ନିୟମକୁ ବେଖାତିରୀ କରି କିପରି ନିଜର ପକେଟ ଗରମ କରୁଛନ୍ତି ତାହା ସାଧାରଣରେ ଚର୍ଚ୍ଚା ହେଉଛି l ସେଥିରେ ସରକାରୀ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କଲେଜ ଅଧକ୍ଷ ମାନେ ନିଜ ନିଜ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଏକ ନିର୍ଦ୍ଧିଷ୍ଠ 'କୋଚିଂ' ସେଣ୍ଟରରେ ଶିକ୍ଷା ଅଧ୍ୟାୟନ ପାଇଁ ବାଧ୍ୟ କରୁଥିବା ନଜିର ଅଛି l ନିର୍ଦ୍ଧିଷ୍ଟ "କୋଚିଂ'ସେଣ୍ଟରରେ ନ ପଢିଲେ ପ୍ରାକ୍ଟିକାଲ ଏବଂ ଥିଓରୀରେ କଟଅଫ ମାର୍କର ମିଳୁଛି ଧମକ l ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ମିଳୁଛି ସ୍କୁଲ ପରୀକ୍ଷାରେ କମ ମାର୍କ ମିଳିବାର ଧମକ l ତେଣୁ ଛାତ୍ରଛାତ୍ରୀ ମାନେ ବାଧ୍ୟ ହୋଇ ମାସିକ ହଜାର ହଜାର ଟଙ୍କା ଦେଇ "କୋଚିଂ'ସେଣ୍ଟରରେ ଅଧୟନ କରୁଛନ୍ତି l ଯାହା ଫଳରେ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ କଲେଜ ମାନଙ୍କରେ ବିଦ୍ୟା ଅଧୟନ ଠିକ ରୂପେ ନିଜର କାର୍ଯ୍ୟ ସମ୍ପାଦନ ନ କରି ବିଦ୍ୟାର ମାନଙ୍କୁ ନ୍ୟୁନ କରି ସାରିଲେଣି l ସ୍କୁଲ ଓ କଲେଜ ମାନଙ୍କରେ ପାଠ ଠିକ ରୂପେ ନ ପଢାଇ ଘରୋଇ "କୋଚିଂ' ସେଣ୍ଟରରେ ସେହି ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟର ବିଦ୍ୟା ଅଧୟନ କରାଇ ଥାନ୍ତି l ଏଥିରେ ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ମାନଙ୍କରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଅବହେଳା ଯୋଗୁଁ ସଠିକ ପାଠପଢି ପାରୁନାହାନ୍ତି l ଯାହା ଫଳରେ ଗରିବ ଛାତ୍ରଛାତ୍ରୀ ମାନେ ଉଚ୍ଚିତ ଶିକ୍ଷାଦାନରୁ ବଂଚିତ ହେଉଛନ୍ତି l ଜିଲ୍ଲାର ଉଚ୍ଚ ଶିକ୍ଷା ଅଧିକାରୀ ମାନେ ଏଥିପ୍ରତି ଦୃଷ୍ଟି ପ୍ରଦାନ କରି ବ୍ୟତିକ୍ରମ ସୃଷ୍ଟି କରୁଥିବା ଶିକ୍ଷକ , ଶିକ୍ଷୟତ୍ରୀ ଏବଂ ଅଧକ୍ଷ , ଅଧ୍ୟାପକ ମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦେଶର ଭବିଷ୍ୟତ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାଦାନ ପ୍ରତି ଗୁରୁତ୍ୱ ଦେବା ପାଇଁ ଅବିଭାବକଙ୍କ ମାନଙ୍କ ପକ୍ଷରୁ ଦାବି ହେଉଛି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୫/୧୦/୨୦୨୩---୮,୩୫ Sakhigopal News,15/10/2023