ସାବିତ୍ରୀ ମହିଳା ମହାବିଦ୍ୟାଳୟର କ୍ରୀଡା ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପନ
ଭଞ୍ଜନଗର--ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ତିନି ଦିନ ବ୍ୟାପୀ ଚାଲିଥିବା କ୍ରୀଡା ପ୍ରତିଯୋଗୀତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ର ଉଦଯାପିତ ହୋଇଯାଇଛି । ଉଦଯାପିତ ସଭାରେ ଅଧ୍ୟକ୍ଷ ଡ ସୁଶାନ୍ତ କୁମାର ମଲିକ ସଭାପତିତ୍ବ କରିଥିଲେ। ଶ୍ରୀ ଶୁଭେନ୍ଦୁ ରଞ୍ଜନ ରାୟ ମୁଖ୍ୟ ଅତିଥି ଓ ଡ ପୂର୍ଣ୍ଣ ତ୍ରିପାଠୀ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ। ଉଚ୍ଚ ଶିକ୍ଷା ବିଭାଗ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆର୍ଥୀକ ସହାୟତା କରିଥିବାରୁ ଅଧ୍ୟକ୍ଷ ଓଡିଶା ସରକାରଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ କୃତଜ୍ଞତା ଜଣାଇଛନ୍ତି । ଅଧ୍ୟାପିକା ସୁପ୍ରଭା ବେହେରା ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାଧ୍ୟାପିକା ପଟ ଯୋଶୀ , ଶୁଭସିନି ଦେବି , ସଂଯୁକ୍ତ ଓ ପୁଷ୍ପ ପଟ୍ଟନାୟକ , ଅଧ୍ୟାପକ ପ୍ରେମଚାନ୍ଦ ମଲ୍ଲିକ, ପଙ୍କଜ ଦାସ, ସନ୍ତୋଷ କୁମାର ମହାନ୍ତି, ହେମଲତା ଭୋଇ, ସ୍ଵର୍ଣ୍ଣ ମହାରଣା , ପ୍ରଭାତି ଓ ସସ୍ମିତା ମିଶ୍ର ଆଦି ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ଉଚଶିକ୍ଷା ଓଡିଶା ସରକାରଙ୍କ ଦ୍ଵାରା ପ୍ରୟୋଜିତ ହେଇଥିବାରୁ ଅଧ୍ୟକ୍ଷ ଡ ମଲ୍ଲିକ ଉଚ୍ଚଶିକ୍ଷା ବିଭାଗକୁ ନିଜର କୃତଜ୍ଞତା ଜଣାଇଛନ୍ତି।ଏହା ସହ ଛାତ୍ରୀ ମାନଙ୍କ ଉତ୍ସାହ ବଢିବା ସଙ୍ଗେ ସଙ୍ଗେ ଦଳବଦ୍ଧ କାର୍ଯ୍ୟକ୍ରମ ଓ ସାଂସ୍କୃତିକ ପ୍ରତିଭା ବଢେଇବା କ୍ଷେତ୍ରରେ ଅତ୍ୟନ୍ତ ସହାୟ ହେବ ବୋଲି ଅଧ୍ୟକ୍ଷ କହିଛନ୍ତି।
ବିଭିନ୍ନ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀ ମାନଙ୍କୁ ଅଧ୍ଯକ୍ଷ ଡ, ମଲ୍ଲିକ ଓ ମୁଖ୍ୟ ବକ୍ତା ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ଶୁଭ କାମନା କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୧୦/୨୦୨୩---୪,୧୫ Sakhigopal News,21/10/2023