Breaking News

ସତ୍ୟବାଦୀ ବ୍ଳକର ଉନ୍ନତି ପାଇଁ ଆଭାସି ମାଧ୍ୟମରେ ୧୨ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ



ସାକ୍ଷୀଗୋପାଳ --- ପୁରୀ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ୧୩୪ କୋଟି ଟଙ୍କା ବ୍ୟୟରେ ୪ହଜାର ୧୩୦ ଗୋଟି ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥ ଆଭାସି ମାଧ୍ୟମରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଆମ ଗାଁର ବିକାଶ ହେବ, ଆମ ମା ମାନଙ୍କର ବିକାଶହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହା ମଧ୍ୟରୁ ସତ୍ୟବାଦୀ ବ୍ଳକର ୨୪ ଗୋଟି ଗ୍ରାମ ପଞ୍ଚାୟତକୁ ୧୨ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରାଯାଇଛି । ଏହି ଅବସରରେ ସାକ୍ଷୀଗୋପାଳ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ଖେଳ ପଡିଆରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସ୍ୱାଗତ ସଭାରେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ସ୍ୱାଗତ ଭାଷଣ ଦେବା ସହିତ ମୁଖ୍ୟମନ୍ତ୍ରୀ ଓ ୫ଟି ସଚ୍ଚିବଙ୍କୁ ସ୍ୱାଗତ କରିଥିଲେ । ବିଶେଷ କରି ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଉପରେ ଅଗାଡ ବିଶ୍ୱାସ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫ଟି ସଚ୍ଚିବ ଏହି ଅର୍ଥ ମଞ୍ଜୁର କରିଛନ୍ତି ବୋଲି ଶ୍ରୀ ପଣ୍ଡା କହିବା ସହ ଆମ ଗାଁ ଆମ ବିକାଶର ଏହା ହେଉଛି ଅନ୍ୟ ଏକ ମାଇଲିଖୁଣ୍ଠ ବୋଲି ଅଧ୍ୟକ୍ଷ ତାଙ୍କ ଭାଷଣରେ ଶ୍ରୀ ପଣ୍ଡା କହିଥିଲେ । ୫ଟି ସଚ୍ଚିବ ଆବାସି ମାଧ୍ୟମରେ କହିଥିଲେ ବରାଳ ବାଲୁଙ୍କେଶ୍ୱର ଦେବଙ୍କ ମନ୍ଦିର ଉନ୍ନତି ପାଇଁ ୮୮ଲକ୍ଷ ଟଙ୍କା ଓ ସାକ୍ଷୀଗୋପାଳମନ୍ଦିରରଉନ୍ନତି ପାଇଁ ୮୫ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଥିବା ଘୋଷଣା କରିଥିଲେ । ଏହି ସଭାରେ ସତ୍ୟବାଦୀ ବ୍ଳକର ବିଭିନ୍ନ ପଞ୍ଚାୟତରୁ ପ୍ରାୟ ୫ହଜାରରୁ ଅଧିକ ମହିଳା ଗୋଷ୍ଠୀର ମା ମାନେ ଯୋଗ ଦେଇଥିଲେ । ସତ୍ୟବାଦୀ ବ୍ଳକ ବିଡିଓ ଲିପିସା ରାୟ, ସହକାରୀ ଯନ୍ତ୍ରୀ ବିଶ୍ୱମୋହନ ପଟ୍ଟନାୟକ , ଜେଇ ଶରତ ଚନ୍ଦ୍ର ରଥ, ପ୍ରମୋଦା ତ୍ରିପାଠୀଙ୍କ ସହିତ ବ୍ଳକର ବିଭିନ୍ନ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୧୦/୨୦୨୩---୮,୧୦

Blog Archive

Popular Posts