ସତ୍ୟବାଦୀରେ ୧୪୬ତମ ଗୋପବନ୍ଧୁ ଜୟନ୍ତୀ ପାଳିତ
ସାକ୍ଷୀଗୋପାଳ --- ରାଜ୍ୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୬ ତମ ଜନ୍ମଜୟନ୍ତୀ ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ବିଶେଷ କରି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ଐତିହ୍ୟ ଗ୍ରାମ ତଥା ଗୋପବନ୍ଧୁଙ୍କ ଜନ୍ମପୀଠ ସୁଆଣ୍ଡୋ ଠାରୁ ତାଙ୍କ କର୍ମୀପୀଠ ସାକ୍ଷୀଗୋପାଳ ବକୁଳବନ ସବୁଠାରେ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ବିଜେଡି, କଂଗ୍ରେସ, ବିଜେପି ଦଳୀୟ ନେତାଙ୍କ ସହିତ କର୍ମୀ ଓ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ପକ୍ଷରୁ ସମାଧିପୀଠରେ ପାଳିତ ହୋଇଯାଇଛି । ଗୋପବନ୍ଧୁ ସ୍ମୃତି ପରିଷଦ ପକ୍ଷରୁ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ସହ ଗୋପବନ୍ଧୁଙ୍କ କୂଳଦେବତାଙ୍କ ମନ୍ଦିର ନିକଟରେ ଜୟନ୍ତୀ ପାଳିତ ହୋଇଯାଇଛିା ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ,ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ସତ୍ୟବାଦୀ ବ୍ଳକର ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ବ୍ଳକ ବିଜେଡି ସଭାପତି କ୍ରମୋଦ ରାଉତରାୟଙ୍କ ସହିତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟସଭ୍ୟା ଓ ବିଜେଡିର ହଜାର ହଜାର ମହିଳା ଓ ଯୁବକ କର୍ମୀ ମାନେ ଗୋପବନ୍ଧୁ ଜୟନ୍ତୀରେ ସାମିଲ ହୋଇଥିବାର ଦେଖାଯାଇଥିଲା । ଗୋପବନ୍ଧୁ ସ୍ମୃତି ପରିଷଦର ସଭାପତି ଧୀରେନ୍ଦ୍ର ନାଥ ଦାସ ଉକ୍ତ ସ୍ମୁତି ଚାରଣ ସଭାରେ ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାପ୍ରଶାସନ ପକ୍ଷରୁ ଏଡିଏମ ପ୍ରଦୀପ ସାହୁ, ଉପଜିଲାପାଳ ଭବତାରଣ ସାହୁ, ଜିଲ୍ଲା ସୂୁଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା, ଡ. ଅଶୋକ କୁମାର ମହାପାତ୍ର,ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ , ବିଡିଓ ଲିପିସା ରାୟ, ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର ପ୍ରୁମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଦୀପ, ଧୂପ ଦେଇ ମାଲ୍ୟର୍ପଣ କରିବା ସହ ଗୋପବନ୍ଧୁ ଅମର ରହେ ସ୍କୋଗାନ ଦେଇ ସ୍ମୁତି ଚାରଣ କରିଥିଲେ । ସେହିପରି କଂଗ୍ରେସ ଦଳର ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ଜୟନ୍ତ କୁମାର ହୋତା ଐତିହ୍ୟ ଗ୍ରାମରେ ପହଞ୍ଚି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିବା ପରେ ତାଙ୍କ ନେତୃତ୍ୟରେ ପଞ୍ଚସଖା ସମାଧିପୀଠ ପରିସରରେ ସଂକୀର୍ତ୍ତନ ଶ୍ରଦ୍ଧାଞ୍ଜଳି ସହିତ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା । ସେହିପରି ସୁଆଣ୍ଡୋ ସେତୁ ସଂଗଠନର ସଭାପତି ଗୋବିନ୍ଦ ମହାପାତ୍ରଙ୍କ ନେତ୍ୱତ୍ୟରେ ମହିଳା, ଯୁବକ ମାନେ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ସୁଆଣ୍ଡୋ ପର୍ଯ୍ୟନ୍ତ କାରା କବିତା ଗାନ ସହିତ ଗୋପବନ୍ଧୁ ଅମର ରହେ ଆଦି ସ୍କୋଗାନ ଦେଇ ଐତିହ୍ୟ ଗ୍ରାମ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । ନୀଳାଚଳ କୃଷକ ମହାସଂଘର ଉପଦେଷ୍ଠା ନିରଞ୍ଜନ ମହାପାତ୍ର, ସାକ୍ଷୀଗୋପାଳ ପତଞ୍ଜଳି ଯୋଗ ସମିତିର ସଦସ୍ୟ, ବିଜେପି ଓ ପୂଜ୍ୟପୂଜା ଅନୁଷ୍ଠାନର ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ଜଗଦେବ, କାମାକ୍ଷା ପ୍ରସାଦ ପ୍ରଧାନ, ବିଜେପିର ମୁଖପାତ୍ର ସମ୍ବିତ ପାତ୍ରଙ୍କ ସହିତ ଓମ ପ୍ରକାଶ ମିଶ୍ର, ରତିକାନ୍ତ ମିଶ୍ର ପ୍ରମୁଖ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିଥିଲେ । ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ଓ ଗୋପବନ୍ଧୁ ଶେଷ ନିଶ୍ୱାସ ତ୍ୟାଗ କରିଥିବା ପୀଠରେ ଅତିଥି ମ।।ନେ ପୁଷ୍ପାମଲ୍ୟ ଅର୍ପଣ କରାଯାଇଥିଲା । ଲୋକକଳା ଗ୍ରାମରୁ କୈଳାସ ଗୋଟିପୁଅ ନୃତ୍ୟୁ ପରିଷଦ ଓ ମୃଦଙ୍ଗ ବାଦ୍ୟ ନୃତ୍ୟୁ ପରିଷଦର ଗୁରୁ ରମେଶ ପଲେଇ ଓ ଗୁରୁ କୌଳାସଙ୍କ ନେତ୍ୱତୃରେ ଗୋଟିପୁଅ, ମୃତଙ୍ଗ ବାଦ୍ୟ, ସଂକୀର୍ତ୍ତନ, କାଳୀ , ନାଗା ଓ ଦୁର୍ଗା ବେଢ଼ ସହ ଯୋଡିଘୋଡାନୃତ୍ୟୁ ପରିବେଷଣ କରାଯାଇଥିଲା । ସେହିପରି ଳୋକ ସେବକ ମଣ୍ଡଳର ରାଷ୍ଟୀୟ ସଭାପତି ରାଜକୁମାର ଜୀ, ଲୋକସେବକ ମଣ୍ଡଳର ସମ୍ପାଦକ ଡ.ପ୍ରଭାସ ଆଚାର୍ଯ୍ୟ ସାକ୍ଷୀଗୋପାଳ ସ୍ଥିତ ବକୁଳବନ ସମାଧିପୀଠ ଓ ହାଇସ୍କୁଲରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୧୦/୨୦୨୩----୮,୧୦ Sakhigopal News, 9/10/2023