Breaking News

କେ ଏସ୍ ୟୁ ବି କଲେଜରେ ସାଂସ୍କୃତିକ ଏବଂ ସାହିତ୍ୟିକ ଉତ୍ସବ ଅନୁଷ୍ଠିତ



ଭଞ୍ଜନଗର---- ଗଞ୍ଜାମ ଜିଲା 
ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସାଂସ୍କୃତିକ ଏବଂ ସାହିତ୍ୟିକ ଉତ୍ସବ ୨୦୨୩-୨୪ ଅନୁଷ୍ଠିତ ହୋଇଯାଇଛି। ରାଜ୍ଯ ସରକାରଙ୍କ ପକ୍ଷରୁ ପ୍ରଥମ ଥର ପାଇଁ ଏହି ଭଳି କାର୍ଯ୍ୟକ୍ରମ କଲେଜ ସ୍ତରରେ ଆୟୋଜନ କରାଯାଇଛି। ଆୟୋଜିତ ଉତ୍ସବରେ ଭଞ୍ଜନଗର ବିଡିଓ ଶଶୀଭୂଷଣ ମହାପାତ୍ର, କଲେଜ ପରିଚାଳନା କମିଟି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଭଲ ମଣିଷଟିଏ ହେବା ପାଇଁ ଆହ୍ଵାନ କରିଥିଲେ। କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର ଦାସ ବୈଠକରେ ସଭାପତିତ୍ଵ କରିଥିଲେ। ସାଂସ୍କୃତିକ ପରିଷଦ ଉପସଭାନେତ୍ରୀ ଅଧ୍ୟାପିକା ରାଜଲକ୍ଷ୍ମୀ ରଥ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ଅମିୟ ରଞ୍ଜନ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ। ଅଧ୍ୟାପିକା ରାଜଶ୍ରୀ ନାୟକ,  ବିସ୍ମିତା ଛତର, ଅଧ୍ୟାପକ ବିଜୟ ମଲ୍ଲିକ, ବାବୁଲା ପ୍ରଧାନ, ଶରତ ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୧୦/୨୦୨୩----୮,୧୦ Sakhigopal News,19/10/2023

Blog Archive

Popular Posts