Breaking News

ଗୋପବନ୍ଧୁ ଜୟନ୍ତୀରେ କବିତା ପାଠ ଉତ୍ସବ ଓ ପୁସ୍ତକ ଉନ୍ମୋଚନ




ସାକ୍ଷୀଗୋପାଳ---- ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୬ତମ ଜନ୍ମ ଜୟନ୍ତୀ ଅବସରରେ ବକୁବଳନ ସ୍ଥିତ ସମାଧିପୀଠ ପରିସରରେ ଏକ ଆଲେଚନା ଚକ୍ର ଅନୁଷ୍ଠିତ ହେବା ସହିତ କବିତା ପାଠ ଉତ୍ସବ ଓ ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଆୟୋଜକ ଥିଲେ ପ୍ରଧ୍ୟାପକ ଡ, ବସନ୍ତ କୁମାର ରଥ । ଏହି ଅବସରରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ୨୦ରୁ ଅଧିକ କବି ଓ କବୟତ୍ରୀ ସ୍ୱରଚିତ କବିତା ପାଠ ଉତ୍ସବ କରିଥିଲେ । କବିତା ପାଠ ଉତ୍ସବକୁ ଶିକ୍ଷୟତ୍ରୀ ସୁଜତା ଦେବୀ ପରିଚାଳନା କରିଥିଲେ । ଅନୁଷ୍ଠିତ ଆଲେଚନା ଚକ୍ର ସଭାରେ ସଭାପତିତ୍ୱ କରିଥିଲେ ପ୍ରଧ୍ୟାପକ ବୃନ୍ଦାବନ ଚନ୍ଦ୍ର ରଥ । ଅନ୍ୟତମ ଅତିଥି ଭାବେ ପ୍ରଧ୍ୟାପିକା ବାସନ୍ତୀ ଦେବୀ, ଶିଶୁ ସାହିତ୍ୟକ ବିରେନ୍ଦ୍ର ମହାନ୍ତି, ଲେଖକ, କବି ତଥା ବନ୍ଦନା ପ୍ରତିକାର ସମ୍ପାଦକ ରବୀନ୍ଦ୍ରନାଥ ଷଡଙ୍ଗୀ,  କବୟିତ୍ରୀ ଶୈଳବାଳା ମହାପାତ୍ର, ଧରଣୀଧର ପ୍ରଧାନ ଓ ଶିକ୍ଷୟତ୍ରୀ ସୁଜତା ଦେବୀ ଯୋଗ ଦେଇ ଗୋପବନ୍ଧୁ ସହିତ ପଞ୍ଚସଖାଙ୍କ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ପ୍ରଧ୍ୟାପକ ଡ. ବସନ୍ତ କୁମାର ରଥଙ୍କ ଦ୍ୱାରା ରଚିତ ପୁସ୍ତକ ପ୍ରକୃତି ବୈଭବ ଓ ଶିକ୍ଷୟତ୍ରୀ ସୁଜତା ଦେବୀଙ୍କ ଦ୍ୱାରା ରଚିତ ପୁସ୍ତକ ସ୍ୱାଧୀନତାର ଅମୃତସ୍ବର ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଶେଷରେ ପ୍ରଣବ ମିଶ୍ର ଧନ୍ୟବାଦ ଦେଇଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୧୦/୨୦୨୩---୮,୨୫ 

  Sakhigopal News , 9/10/2023

Blog Archive

Popular Posts