ସୋମନାଥପଲ୍ଲୀ ରେ ଶ୍ରୀ ଶ୍ରୀ ରାମେଶ୍ବର ସଂକୀର୍ତ୍ତନ ମଣ୍ଡଳୀ ଉଦଘାଟିତ
ଭଞ୍ଜନଗର, - ବେଲଗୁଣ୍ଠା ବ୍ଳକର ଲୁଦୁଲୁଦି ପଞ୍ଚାୟତ ଅନ୍ତର୍ଗତ ସୋମନାଥପଲ୍ଲୀ ଠାରେ ଶ୍ରୀ ଶ୍ରୀ ରାମେଶ୍ବର ନାମ ସଂକୀର୍ତ୍ତନ ମଣ୍ଡଳୀ ଉଦଘାଟିତ ହୋଇଯାଇଛି। ଓଡ଼ିଆ ସଂସ୍କୃତିର ସୁରକ୍ଷା ସହ ପ୍ରତିଦିନ ଭାଗବତ ଟୁଙ୍ଗି ରେ ଗାଁ ର ମଣ୍ଡପରେ ନାମ ସଂକୀର୍ତ୍ତନ ସହ ଜଗନ୍ନାଥ ସଂସ୍କୃତିର ପୁନଃରୁଦ୍ଧାର ଦିଗରେ ଏହି ନାମ ସଂକୀର୍ତ୍ତନ ମଣ୍ଡଳୀ କାର୍ଯ୍ୟ କରିବ ବୋଲି ଉଦଘାଟନୀ ଉତ୍ସବରେ ଉପସ୍ଥିତ ଅତିଥିମାନେ ଉଲ୍ଲେଖ କରିଥିଲେ। ପୂର୍ବରୁ ଏହି ସୋମନାଥପଲ୍ଲୀ ଗ୍ରାମରେ ଗଠିତ ବନ ସୁରକ୍ଷା ସମିତି ବିସ୍ତୀର୍ଣ୍ଣ ଉଜୁଡା ଜଙ୍ଗଲ କୁ ସଜାଡି ଏବେ ଶହ ଶହ ହେକ୍ଟର ଜମିରେ ବ୍ୟାପକ ଶାଳ ଜଙ୍ଗଲ ସୃଷ୍ଟି କରି ଏକ ଉଦାହରଣ ସାଜିଥିବା ବେଳେ ନିଜର ଆର୍ଥିକ ଅଭିବୃଦ୍ଧି ମଧ୍ୟ କରି ପାରିଛନ୍ତି। ଏବେ ଏହି ଗ୍ରାମରେ ଛୋଟ ଛୋଟ ପିଲା ମାନଙ୍କୁ ନେଇ ଏକ ସଂକୀର୍ତ୍ତନ ମଣ୍ଡଳୀ ଗଠନ କରାଯାଇ ଶ୍ରୀଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର ଦିଗରେ ଏହି ସଂକୀର୍ତ୍ତନ ମଣ୍ଡଳୀ କାର୍ଯ୍ୟ କରିବାକୁ ପଦକ୍ଷେପ ନିଆଯାଇ ଥିବାରୁ ଅତିଥି ଗଣ ଗ୍ରାମବାସୀଙ୍କ ଏଭଳି ଉଦ୍ୟମ ର ଭୂୟସୀ ପ୍ରଶଂସା କରିଛନ୍ତି।
ଆୟୋଜିତ ଉତ୍ସବରେ ସମାଜସେବୀ ଶୁଳପାଣି ଶତପଥୀ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଭଞ୍ଜନଗର ପ୍ରେସ୍ କ୍ଳବ୍ ସଭାପତି ଲୋକନାଥ କର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଶରତ କୁମାର ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନ ର ଗୁରୁ ଗାନ୍ଧୀ ସ୍ବାଇଁ, ସହ ନିର୍ଦ୍ଦେଶକ ଗୌତମ ନାୟକ, ପ୍ରହ୍ଲାଦ ନାଟକ ଗୁରୁ
କାହ୍ନୁଚରଣ ଷଡ଼ଙ୍ଗୀ, ଗ୍ରାମର ସଭାପତି - ଶିବରାମ ନାଇକ, ଉପସଭାପତି ଚନ୍ଦନ ନାଇକ, ଉପଦେଷ୍ଟା ଲକ୍ଷ୍ମଣ ନାଇକ ପ୍ରମୁଖ ମଞ୍ଚାସୀନ ରହିଥିଲେ।