Breaking News

ଜଟଣୀ ଥାନା ପୁଲିସକୁ ମିଳିଲା ସଫଳତା, ଡକାୟତି ଉଦ୍ୟମ ପୂର୍ବରୁ ପାଞ୍ଚ ଡକାୟତ ଗିରଫ




ଜଟଣୀ : ଜଟଣୀ ଥାନା ପୁଲିସକୁ ମିଳିଛି ଏକ ସଫଳତା, ଡକାୟତି ଉଦ୍ୟମ ପୂର୍ବରୁ ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି l ମିଳିଥିବା ସୂଚନା ଅନୁସାରେ ଥାନଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଥାନାର ଏକ ସ୍ପେଶାଲ ଟିମ ରାତ୍ରିକାଳୀନ ପେଟ୍ରୋଲିଙ୍ଗ କରୁଥିବା ସମୟରେ କିଛି ଅଭିଯୁକ୍ତ ସେଞ୍ଚୁରିଆନ ୟୁନିଭରସିଟି ନିକଟରେ ଥିବା ମା ଖଣ୍ଡୁଆଳ ମନ୍ଦିର ନିକଟସ୍ଥ ଏକ ପରିତ୍ୟକ୍ତ ସ୍ଥାନରେ ଏକତ୍ର ହୋଇ ରାସ୍ତାରେ ଯାତାୟାତ କରୁଥିବା ମାଲବୋଝେଇ ଯାନ ତଥା ଯାତ୍ରୀଙ୍କ ନିକଟରୁ ସଶସ୍ତ୍ର ଡକାୟତି କରିବା ନିମନ୍ତେ ଯୋଜନା କରୁଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇଥିଲେ । ମିଳିଥିବା ଏହି ସୂଚନା ଆଧାରରେ ପେଟ୍ରୋଲିଙ୍ଗ ଟିମ ଘଟଣା ସ୍ଥଳରେ ସଦଳବଳେ ଅଚାନକ ଚଢଉ କରି ସ୍ଥାନୀୟ ବାଲିଛକ ମୁଣ୍ଡିଆସାହିର ରମେଶ ଜେନା (22), କୁଦିଆରି ବଜାର ନିକଟ ମାଲ ଗୋଦାମଛକ ନିକଟରେ ଥିବା ରେଳବାଇ ପମ୍ପ ହାଉସ୍ ସନ୍ନିକଟ ଏରିଆ ରେ ରହୁଥିବା ଶେକ୍ ଅଶରଫ୍ ଓରଫ ଦିଲୁ (26), ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଦ୍ଧେଶ୍ବରୀ କଲୋନୀରେ ରହୁଥିବା ବିହାର ରାଜ୍ୟ ସମସ୍ତିପୁର ଜିଲ୍ଲା ମୋହିଉଦ୍ଦିନ ଥାନା ଅନ୍ତର୍ଗତ ଶଙ୍କର ଛକ, ଗୋଲଟୋଲିର ବିଦ୍ୟାପତି ଶାହ (29) ଓରଫ ଅଜୟ,ଜଟଣୀ ଗୋପବନ୍ଧୁ ନଗରସ୍ଥିତ ମଶାଣି ପଡିଆ ନିକଟରେ ରହୁଥିବା ସୁନୀଲ ସିଂହ (26) ଓରଫ ସୋନୁ ଏବଂ ସେହି ଅଞ୍ଚଳର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ରହୁଥିବା ଆଲୋକ ହଡା (26) ଓରଫ ବୁବୁ ପାଞ୍ଚଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା ଜଟଣୀ ପୋଲିସ। ଛାନଭିନ ସମୟରେ ପୁଲିସ ଅଭିଯୁକ୍ତ ମାନଙ୍କ ନିକଟରୁ  ୩ ଟି ଛୁରୀ, ଗୋଟିଏ କଟୁରୀ, ଦୁଇଟି ଦୁଇଚକିଆ ଯାନ, ଏବଂ ୨୭୦୦ ଟଙ୍କା ସହିତ ଅନ୍ୟାନ୍ୟ ସାମଗ୍ରୀ ସବୁକୁ ଜବତ କରିଥିଲେ। ପଚରା ଉଚରା ବେଳେ ଅଭିଯୁକ୍ତମାନେ ରାସ୍ତାରେ ଯାଉଥିବା ବିଭିନ୍ନ ମାଲ ବୋଝେଇ ଟ୍ରକ ତଥା ସାଧାରଣ ଯାତ୍ରୀଙ୍କ ନିକଟରୁ ଡକାୟତି ନିମନ୍ତେ ଯୋଜନା କରୁଥବା କଥା ସ୍ଵୀକାର କରିଥିଲେ । ନିମ୍ନୋକ୍ତ ଅଭିଯୁକ୍ତ ମାନଙ୍କ ମଧ୍ୟରେ ଅଭିଯୁକ୍ତ ରମେଶ ଜେନା ଜଣେ ଅଭ୍ଯାସଗତ ଅପରାଧୀ ଅଟନ୍ତି । ତାଙ୍କ ନାମରେ ଭୁବନେଶ୍ବରର ବିଭିନ୍ନ ଥାନାରେ ୧୫ ଟି ଅପରାଧିକ ମାମଲା ରହିଛି । ଅଭିଯୁକ୍ତ ଜଣକ ଅଭ୍ଯାସଗତ ଭାବେ ବିଭିନ୍ନ ଅପରାଧରେ ସାମିଲ ରହୁଥିବାରୁ ତାଙ୍କ ବିରୋଧରେ ଧାରା ୧୧୦ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ପଦକ୍ଷେପ ନିଆଯାଉଅଛି । ସେହିପରି ଅଭିଯୁକ୍ତ ଦିଲୁ ଓରଫ ଏସକେ ଅଶ୍ରଫଙ୍କ ନାମରେ ଜଟଣୀ ଥାନାରେ ୩ଟି ମାମଲା ରହିଥିବା ବେଳେ ଅଭିଯୁକ୍ତ ଅଜୟ ଓରଫ ବିଦ୍ୟାପତି ସାହାଙ୍କ ନାମରେ କ୍ୟାପିଟାଲ ଥାନାରେ ୨ ଟି, ଅଭିଯୁକ୍ତ ସୋନୁ ଓରଫ ସୁନିଲ ସିଂହଙ୍କ ନାମରେ ଜଟଣୀ ଥାନାରଏ ୩ ଟି, ଇନଫୋଭ୍ୟାଲି ଥାନା ଓ ସି-ବିଚ ଥାନାରେ ଗୋଟିଏ ଲେଖାଏଁ, ଏବଂ ଅଭିଯୁକ୍ତ ବୁବୁ ଓରଫ ଆଲୋକ ହଡାଙ୍କ ନାମରେ ଜଟଣୀ ଥାନାରଏ ୩ଟି ମାମଲା ରହିଛି । ଏ ନେଇ କେଶ୍ ନମ୍ବର ୩୫୫/୨୩ ଆଧାରରେ ସମସ୍ତ ଆସାମୀ ମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ଥାନାଧିକାରୀ ସୌମ୍ୟକାନ୍ତ ବଳିଆରସିଂହ କହିଛନ୍ତି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୨/୧୧/୨୦୨୩----୮,୪୫ Sakhigopal News,12/11/2023

Blog Archive

Popular Posts