ଜଗନ୍ନାଥ ପ୍ରସାଦ ବ୍ଲକ, ବି. ଡି. ପୁର କ୍ଳଷ୍ଟରରେ ଶିଶୁ ପ୍ରତିଭା କାର୍ଯ୍ୟକ୍ରମ
ଭଞ୍ଜନଗର--ଜଗନ୍ନାଥ ପ୍ରସାଦ ବ୍ଲକର ବି. ଡି. ପୁର କ୍ଳଷ୍ଟରରେ ଶିଶୁ ପ୍ରତିଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।.ଏଥିରେ ୧୧ ଟି ବିଦ୍ୟାଳୟ ର ଶତାଧିକ ଛାତ୍ର ଛାତ୍ରୀ ବିଭିନ୍ନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ.। କାର୍ଯ୍ୟକ୍ରମରେ ଚନ୍ଦ୍ରଶେଖର ଆଞ୍ଚଳିକ ବାଳିକା ଉଚ୍ଚ ବିଦ୍ୟାଳୟ ବି. ଡି ପୁର ର ଛାତ୍ରୀ ସୁଶ୍ରୀ ରୁପାଲି ଜେନା, ଗୁଞ୍ଜନ ପାତ୍ର, ସୁଚିତ୍ରା ବିଶ୍ୱାଳ, ଲଷ୍ମୀ ଡାକୁଆ, ସୁଚିତ୍ରା ଗୌଡ଼, ସୁହାନା ନାୟକ ସମେତ ୬ ଜଣ ଦଳଗତ ନୃତ୍ୟରେ ପ୍ରଥମ,ମିଲେଟ୍ସ ବକୃତା ରେ ସୁଶ୍ରୀ ଆୟୁଶା ଗୌଡ଼ ସିଏସଏ ବାଳିକା ହାଇସ୍କୁଲ ବିଦ୍ୟାଳୟରେ ବିଡିପୁରୁ ପ୍ରଥମ ସଂଗୀତ ସିନିଅର ରେ ଶୁଭଲକ୍ଷ୍ମୀ ସାମଲ ପ୍ରଥମ ଅପ୍ପର ପ୍ରାଇମେରୀ ସ୍କୁଲ ଭୂଷଣ୍ଡପାଳ , ସଂଗୀତ(ଜୁନିଅର) ଆଦ୍ୟାଶା କୁମାରୀ ସ୍ୱାଇଁ ପ୍ରାଥମିକ ବିଦ୍ୟାଳୟ ତେନ୍ତୁଳିଆ , ଓଡ଼ିଆ ହସ୍ତାକ୍ଷର ଶୃତଲିଖନ ରେ ସ୍ମରଣିକା ପାଣିଗ୍ରାହୀ ଅପ୍ପର ପ୍ରାଇମେରୀ ସ୍କୁଲ ଭୂଷଣ୍ଡପାଳ ପ୍ରଥମ, ମଧ୍ୟାନ ଭୋଜନ ଚିତ୍ରକଳା ଓ ଶିଳ୍ପକଳା ରେ ସୃତିରଞ୍ଜନ କର ସିଏସ ଏ ନୋଡାଲ ହାଇସ୍କୁଲ ବିଦ୍ୟାଳୟ ବିଡିପୁରୁ ପ୍ରଥମ, ମିଲେଟ କୁଇଜ଼ ରେ ଲିସାରଣୀ ନାୟକ ପ୍ରୋଜେକ୍ଟ ଅପ୍ପର ପ୍ରାଇମେରୀ ସ୍କୁଲ ଭୂଷଣ୍ଡପାଳ ପ୍ରଥମ, ମିଲେଟ୍ସ ପ୍ରବନ୍ଧ ରେ ଅନ୍ଵେଷା ତ୍ରିପାଠୀ ସି.ଏସଏ ନୋଡାଲ ହାଇସ୍କୁଲ ବିଦ୍ୟାଳୟ ବିଡିପୁରୁ ପ୍ରଥମ ଭଳି ଅନେକ କାର୍ଯ୍ୟକ୍ରମ ଚନ୍ଦ୍ରଶେଖର କୃଷି ଉଚ୍ଚ ବିଦ୍ୟାଳୟ ରେ ସିଆରସିସି ଶ୍ରୀ ଜିତେନ୍ଦ୍ର କୁମାର ସାହୁ ସଂଯୋଜନା କରିଥିଲେ । ମୁଖ୍ୟଅତିଥି ଭାବେ କନ୍ଧମାଳ ସାଂସଦ ପ୍ରତିନିଧି ଶ୍ରୀ ବିପ୍ରଚରଣ ବାରିକ, ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ରଶ୍ମିତା ସାହୁ ( ସରପଞ୍ଚ ବି.ଡି ପୁର ), ଶ୍ରୀ ମନୋରଞ୍ଜନ ମିଶ୍ର ( ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ,ଜଗନ୍ନାଥ ପ୍ରସାଦ ଶ୍ରୀ ଶିଶିର କୁମାର ସାହୁ ସରପଞ୍ଚ ପ୍ରତିନିଧି ବି.ଡି ପୁର , ସିଏମସି. ସଭାପତି ଶ୍ରୀ ବିଘ୍ନରାଜ ତ୍ରିପାଠୀ, ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଗୀତାଞ୍ଜଳି ନାୟକ ଉପସ୍ଥିତ ଥିଲେ। ଏହା ସହ ସମସ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ। ସଭା ଶେଷରେ ଶ୍ରୀ ନାରାୟଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୧/୧୦/୨୦୨୩----୩,୪୫ Sakhigopal News,11/10/2023