Breaking News

ଜାଗା ମିଶନ ଯୋଜନାରେ ଉପକୃତ ହେବେ , ଭଞ୍ଜନଗର ଅଞ୍ଚଳର ଗରିବ ବସ୍ତି ବାସିନ୍ଦା




ଭଞ୍ଜନଗର -  ଆଗକୁ ଉପକୃତ ହେବେ , ବସ୍ତି ଅଞ୍ଚଳର ଗରୀବ ଜନସାଧାରଣ । ପ୍ରକୃତ ହିତାଧିକାରୀ ଙ୍କ ପାଖରେ ପହଞ୍ଚିବ , ରାଜ୍ୟ ସରକାରଙ୍କ ଜାଗା ମିଶନ୍  । ଏ ନେଇ ଭଞ୍ଜନଗର ସ୍ଥିତ ଟାଉନ୍ ହଲ୍ ଠାରେ ଆୟୋଜିତ ହୋଇଯାଇଛି ଏକ ବୈଠକ । ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରେ ବସବାସ କରୁଥିବା ବସ୍ତି ବାସିନ୍ଦା ଙ୍କ ପାଇଁ ଜାଗା ମିଶନ କାର୍ଯ୍ୟକ୍ରମ ଦ୍ୱାରା ଭୂମି ପ୍ରମାଣ ପତ୍ର ଓ ଆଦର୍ଶ ଜନ ବସତି କାର୍ଯ୍ୟକାରୀ ହେବ । ଯାହାକି ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଛି ବିଶ୍ୱର ସର୍ବ ବୃହତ ଯୋଜନା  । ଏ ନେଇ ଭଞ୍ଜନଗର ଟାଉନ୍ ହଲ୍ ଠାରେ ଆୟୋଜିତ  ବୈଠକରେ  ମୁଖ୍ୟମନ୍ତ୍ରୀ ଙ୍କ କାର୍ଯାଳୟ ରୁ ଆସିଥିବା ଜଗା ମିଶନ ଉପଦେଷ୍ଟା ସାସ୍ୱତୀ ମିଶ୍ର ଯୋଗ ଦେଇଥିଲେ । ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ , ଏନଏସି ର  ୫, ୯, ୧୧, ୧୨, ୧୪, ୧୫  ଓ୍ବାର୍ଡ ରେ ରହୁଥିବା   ବସ୍ତିବାସିନ୍ଦା ମାନେ ଉପସ୍ଥିତ ରହିଥିଲେ ।  ଜାଗା ମିଶନ ଓ ଆଦର୍ଶ ବସ୍ତି ସକାଶେ ବିଭିନ୍ନ ଦିଗକୁ ନେଇ  ଆଲୋଚନା ହୋଇଥିଲା  । ସମସ୍ତ ବସ୍ତି ବାସିନ୍ଦାଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଜାଗା ମିଶନ୍ ସଂକ୍ରାନ୍ତରେ ଅଧ୍ୟକ୍ଷ ଶ୍ରୀ ମହାପାତ୍ର ସୂଚନା  ଦେଥିଲେ  | ଅନ୍ୟ ମାନଙ୍କ ମଧ୍ୟରେ ଏନଏସି ଉପାଧ୍ୟାକ୍ଷା ଶୁଭଶ୍ରୀ ଦାସ , ରାଜେନ୍ଦ୍ର ପ୍ରଧାନ,  ବିଜେଡି ଯୁବ ସଭାପତି ସୁଧୀର ରଞ୍ଜନ ବେହେରା , କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର , କନ୍ଧମାଳ ସାଂସଦ ଙ୍କ ଭଞ୍ଜନଗର ଏନଏସି ପ୍ରତିନିଧି ପଞ୍ଚାନନ ପାଳ ଏବଂ  ସମସ୍ତ କାଉନସିଲର ପ୍ରମୁଖ ଉପସ୍ଥିତ ରହିଥିଲେ ।  ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୧୦/୨୦୨୩----୮,୪୫ 
Sakhigopal News,13/10/20

Blog Archive

Popular Posts