Breaking News

ଝରାପାଲି ମାର୍କେଟ ଠାରେ ସାର୍ବଜନୀନ ଦୁର୍ଗା ପୂଜା ଆରମ୍ଭ

 
ବରଗଡ଼ ---ବରଗଡ ଜିଲ୍ଲା ଭେଡେନ ବ୍ଲକ ଝରାପାଲି ମାର୍କେଟ ଠାରେ ସାର୍ବଜନୀନ ଦୁର୍ଗା ପୂଜା ଆରମ୍ଭ ହୋଇଯାଇଛି। ଆଜି ମାଙ୍କ ଜୀବନ୍ୟାସ ସହିତ ହୋମଯଜ୍ଞ ସପ୍ତସତୀ ଚଣ୍ଡୀ ପାଠ କରାଯାଇଛି । ପୁରୋହିତ ଭାବରେ ବୁଦ୍ଧଦେବ ମିଶ୍ର, ନରେନ୍ଦ୍ର ତ୍ରିପାଠୀ ଓ ଭାଗିରଥି ଦେବତା ସହଯୋଗ କରିଥିଲେ। ପୂଜାରେ କର୍ତ୍ତା ଭାବରେ ରଶ୍ମିରଞ୍ଜନ ପାଢ଼ୀ ଓ ଧର୍ମପତ୍ନୀ ମନୋରମା ପାଢ଼ୀ ପୂଜାକାର୍ଯ୍ୟ ତୁଲାଉଛନ୍ତି ।ଶତାଧିକ ଶ୍ରଦ୍ଧାଳୁ ଦୁର୍ଗା ମା'ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଆଜି ଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଛି । ରାବଣ ଦରବାର ରାବଣ ଭୂମିକାରେ ଅଭିନୟ କରୁଛନ୍ତି ଅତାବିରା ବ୍ଲକ ସୋରନା ଗ୍ରାମ ର ଶୁଶିଲ କୁମାର ନାୟକ । ତାଙ୍କର ଉଚ୍ଚ କୋଟୀର ଅଭିନୟ କୁ ଦର୍ଶକ ଉପଭୋଗ କରୁଛନ୍ତି। ପୂଜା କମିଟି ର ସଭାପତି ହରି ପ୍ରଧାନଙ୍କ ସହିତ ସମ୍ଭୁ ଦାଶ, ଶୁଶିଲ ଅଗ୍ରୱାଲ, ମନିଷ ସିଂ, ରବିନ ଦାସ ଓ ଅନ୍ୟାନ୍ୟ ବହୁ ସଂଖ୍ୟାରେ ସ୍ଵେଚ୍ଛାସେବୀ ମାନେ ସହଯୋଗ କରୁଛନ୍ତି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୧/୧୦/୨୦୨୩----୯,୫୫ Sakhigopal News,21/10/2023

Blog Archive

Popular Posts