Breaking News

ଡିଏଭି ବିଦ୍ୟାଳୟ ଭଞ୍ଜନଗର ରେ ଦୁଇ ଜଣିଆ ସ୍ବତନ୍ତ୍ର ନିରୀକ୍ଷକଙ୍କ ଦଳ ପରିଦର୍ଶନ

 

ଭଞ୍ଜନଗର--   ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲ ଭଞ୍ଜନଗର ବିଦ୍ୟାଳୟରେ ଦୁଇ ଜଣିଆ ସ୍ବତନ୍ତ୍ର ନିରୀକ୍ଷକଙ୍କ ଦଳ ପରିଦର୍ଶନ  କରି ବାର୍ଷିକ କାର୍ଯ୍ୟକ୍ରମ ସମୀକ୍ଷା କରିଥିଲେ। ନିରୀକ୍ଷକଙ୍କ ମଧ୍ୟରେ ଡିଏଭି ବାଲେଶ୍ଵର ବିଦ୍ୟାଳୟ ର ଅଧ୍ୟକ୍ଷ ତଥା ସଙ୍କୁଳ ପ୍ରମୁଖ ଶ୍ରୀ ନବ କିଶୋର ପ୍ରଧାନ ଓ ଡିଏଭି ନିମାପଡ଼ା ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଏମ୍ ଏମ୍ ହକ ବିଦ୍ୟାଳୟ ର ପୁଙ୍ଖାନୁପୁଙ୍ଖ ବିବରଣୀ ସଂଗ୍ରହ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାର ମାନ ବୃଦ୍ଧି ଓ ବିଦ୍ୟାଳୟ ର ଉନ୍ନତି ପାଇଁ  ସମ୍ମୁଖୀନ ହେଉଥିବା ଅସୁବିଧାର ସମସ୍ୟା ପ୍ରତି ବିଦ୍ୟାଳୟ ତରଫରୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଡିଏଭି ଭଞ୍ଜନଗର ବିଦ୍ୟାଳୟ ର ପ୍ରଧାନ ଅଧ୍ୟକ୍ଷ ଶ୍ରୀ ବାସୁଦେବ ପାଣିଗ୍ରାହୀ ସେମାନଙ୍କୁ ବିଦ୍ୟାଳୟ ପକ୍ଷରୁ ସ୍ବାଗତ କରିଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି  ସହଯୋଗ ପ୍ରଦାନ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୧୦/୨୦୨୩----୯,୪୫ Sakhigopal News,17/10/2023

Blog Archive

Popular Posts