Breaking News

କନ୍ୟା ରତନ କର ଯତନ " ର ସତ୍ଯତା ପ୍ରମାଣିତ କରିଲେ "ମୃତ୍ଯୁଞ୍ଜୟ


 
କଟକ--- ପ୍ରାୟ କଥା କଥାରେ ରହିଯାଏ । ଲୋକମାନେ କୁହନ୍ତି ଗୋଟିଏ ପ୍ରକାର ଓ କରନ୍ତି ଗୋଟିଏ ପ୍ରକାର । ଆମ ପୁରୁଷ ପ୍ରାଧାନ୍ୟ ସମାଜରେ ନାରି ମାନଙ୍କୁ ନ୍ଯୁନ ମନେ କରନ୍ତି । ପୁଅଟିଏ ଜନ୍ମ ହେଲେ ଘରେ ଆନନ୍ଦ ଖେଳିଯାଏ । ଝିଅଟିଏ ଜନ୍ମ ହେଲେ ଘରେ ଦୁଖଃର ଛାୟା ଖେଳିଯାଏ । ଆମ ସମାଜ ଝିଅ ମାନଙ୍କର ଖାଇବା, ପିଇବା, ପିନ୍ଧିବା, ଲଗାଇବା ଏମିତିକି ଜନ୍ମଦିନ ପାଳନ କରିବାରେ  ଘୋର ଅବହେଳା କରନ୍ତି । କିନ୍ତୁ ଏହାକୁ ମିଥ୍ୟା ବୋଲି ପ୍ରମାଣିତ କରିଛନ୍ତି ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବରପୁଟ ପଞ୍ଚାୟତ ଅଧୀନସ୍ଥ ପସାଣିଆ ଗ୍ରାମର  ସାମ୍ବାଦିକ ମୃତ୍ଯୁଞ୍ଜୟ ପ୍ରଧାନ। ନିଜର ଏକମାତ୍ର କନ୍ୟା ସ୍ମୃତିସ୍ନିଗ୍ଧା ପ୍ରଧାନ ଙ୍କର ୧୧ ତମ ଜନ୍ମ ବାର୍ଷିକ ଉତ୍ସବ ପାଳନ କରିଛନ୍ତି ମହା ଆଡମ୍ବରରେ । ଉତ୍ସବରେ ଯୋଗ ଦେଇଛନ୍ତି ବନ୍ଧୁ, ପରିଜନ,ସାଙ୍ଗସାଥି ମାନେ ।  ସକାଳେ ଗ୍ରାମର ଆରାଧ୍ୟ ଦେବୀଙ୍କ ମନ୍ଦିରରେ ପୂଜା ଅର୍ଚ୍ଚନା କରାଯିବା ପରେ ଝିଅ ପଢ଼ୁଥିବା ବିଦ୍ୟାଳୟରେ ମିଷ୍ଟାହ୍ନ ବଣ୍ଟନ କରାଯାଇଥିଲା । ପରେ ପରେ ଘରେ ସମସ୍ତଙ୍କ ଉପସ୍ଥିତିରେ କେକ କଟାଯାଇଥିଲା । ପରେ ସମସ୍ତଙ୍କ ପାଇଁ  ଭୋଜନର ବ୍ଯବସ୍ଥା କରାଯାଇଥିଲା । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୧୬/୧୦/୨୦୨୩---୮,୫୦ Sakhigopal News,16/10/2023

Blog Archive

Popular Posts