Breaking News

ସରକାରୀ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଧ୍ୟକ୍ଷଙ୍କ ପ୍ରୋତ୍ସାହନରେ ଚାଲିଛି ଘରୋଇ କୋଚିଂ ସେଣ୍ଟର ; ନିର୍ଦ୍ଧିଷ୍ଟ "କୋଚିଂ"ସେଣ୍ଟରରେ ନ ପଢିଲେ ପ୍ରାକ୍ଟିକାଲ ଏବଂ ଥିଓରୀରେ କଟଅଫ ମାର୍କର ଧମକ




ଜଟଣୀ - ସହରରେ ମାଳ ମାଳ ଖୋଲିଛି କୋଚିଂ ସେଣ୍ଟର l ସରକାରଙ୍କ ଏଥି ପ୍ରତି କୌଣସି ନିଘା ନାହିଁ l ଯାହା ଫଳରେ ସଫର ହେଉଛନ୍ତି ନିରୀହ ଛାତ୍ରଛାତ୍ରୀ l ସହରରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ମହା ବିଦ୍ୟାଳୟର ଅଧକ୍ଷ ମାନେ ବିଭିନ୍ନ ଘରୋଇ "କୋଚିଂ' ସେଣ୍ଟର ମାନଙ୍କରେ ମାସକୁ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି l ସରକାରୀ  ଉଚ୍ଚ ବିଦ୍ୟାଳୟ ଵା ମହା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ କୌଣସି ଘରୋଇ "କୋଚିଂ' ସେଣ୍ଟର ହେଉ ଵା ନିଜ ବାସଭବନରେ ହେଉ କେଉଁଠାରେ ଘରୋଇ ଶିକ୍ଷାଦାନର ନିୟମ ନ ଥିବା ବେଳେ ସରକାର ନିୟମକୁ ବେଖାତିରୀ କରି କିପରି ନିଜର ପକେଟ ଗରମ କରୁଛନ୍ତି ତାହା ସାଧାରଣରେ ଚର୍ଚ୍ଚା ହେଉଛି l ସେଥିରେ ସରକାରୀ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କଲେଜ ଅଧକ୍ଷ ମାନେ ନିଜ ନିଜ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଏକ ନିର୍ଦ୍ଧିଷ୍ଠ 'କୋଚିଂ' ସେଣ୍ଟରରେ ଶିକ୍ଷା ଅଧ୍ୟାୟନ ପାଇଁ ବାଧ୍ୟ କରୁଥିବା ନଜିର ଅଛି l ନିର୍ଦ୍ଧିଷ୍ଟ "କୋଚିଂ'ସେଣ୍ଟରରେ ନ ପଢିଲେ ପ୍ରାକ୍ଟିକାଲ ଏବଂ ଥିଓରୀରେ କଟଅଫ ମାର୍କର ମିଳୁଛି ଧମକ l ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ମିଳୁଛି ସ୍କୁଲ ପରୀକ୍ଷାରେ କମ ମାର୍କ ମିଳିବାର ଧମକ l ତେଣୁ ଛାତ୍ରଛାତ୍ରୀ ମାନେ ବାଧ୍ୟ ହୋଇ ମାସିକ ହଜାର ହଜାର ଟଙ୍କା ଦେଇ "କୋଚିଂ'ସେଣ୍ଟରରେ ଅଧୟନ କରୁଛନ୍ତି  l ଯାହା ଫଳରେ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ କଲେଜ ମାନଙ୍କରେ ବିଦ୍ୟା ଅଧୟନ ଠିକ ରୂପେ ହେଉନାହିଁ । ସ୍କୁଲ ଓ କଲେଜ ମାନଙ୍କରେ ପାଠ ଠିକ ରୂପେ ନ ପଢାଇ ଘରୋଇ "କୋଚିଂ' ସେଣ୍ଟରରେ ସେହି ଛାତ୍ରଛାତ୍ରୀ ମାନଙ୍କୁ  ବିଦ୍ୟା ଅଧୟନ କରାଇ ଥାନ୍ତି । ବିଦ୍ୟାଳୟରେ  ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଅବହେଳା ଯୋଗୁଁ ସଠିକ ପାଠପଢା ହୋଇପାରୁନାହିଁ l ଯାହା ଫଳରେ ଗରିବ ଛାତ୍ରଛାତ୍ରୀ ମାନେ ଉଚ୍ଚିତ ଶିକ୍ଷାଦାନରୁ ବଂଚିତ ହେଉଛନ୍ତି l ଜିଲ୍ଲାର ଉଚ୍ଚ ଶିକ୍ଷା ଅଧିକାରୀ ମାନେ ଏଥିପ୍ରତି ଦୃଷ୍ଟି ପ୍ରଦାନ କରି ବ୍ୟତିକ୍ରମ ସୃଷ୍ଟି କରୁଥିବା ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଅଧ୍ୟାପକ, ଅଧ୍ୟାପିକା ମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦେଶର ଭବିଷ୍ୟତ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାଦାନ ପ୍ରତି ଗୁରୁତ୍ୱ ଦେବା ପାଇଁ ଅବିଭାବକଙ୍କ ମାନଙ୍କ ପକ୍ଷରୁ ଦାବି ହେଉଛି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୧୦/୨୦୨୩----୫,୩୫ Sakhigopal News,16/10/2023

Blog Archive

Popular Posts