ଗୋପବନ୍ଧୁ ଜୟନ୍ତୀରେ ; ବକୁଳବନ ସମାଧିପୀଠରୁ ସୁଆଣ୍ଡୋ ପର୍ଯ୍ୟନ୍ତ ବିଜେଡିର ପଦଯାତ୍ର ଆରମ୍ଭ
ସାକ୍ଷୀଗୋପାଳ ----- ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୬ତମ ପବିତ୍ର ପୁଣ୍ୟ ଜନ୍ମ ଜୟନ୍ତୀ ଅବସରରେ ସତ୍ୟବାଦୀ ବିଜେଡି ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗ ଦେଇଥିଲେ । ରାଜ୍ୟ ସରକାରଙ୍କ ୨୫ ବର୍ଷ ସଫଳତାର ଯାତ୍ରା ଘରେ ଘରେ ପହଞ୍ଚାଇବା ସହିତ ବିକାଶର ବାର୍ତ୍ତା ଯେପରି ସମସ୍ତଙ୍କ ପାଖରେ ପହଞ୍ଚି ପାରିବ ସେଥିଯୋଗୁ ଏହି ପଦଯାତ୍ରା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହୋଇଛି ବୋଲି ବିଧାୟକ ଶ୍ରୀ ଉମାକାନ୍ତ ସମାନ୍ତରାୟ କହିଛନ୍ତି । ୨ ଅକ୍ଟୋବର ଠାରୁ ଏହି ପଦଯାତ୍ର ଆରମ୍ଭ ହୋଇ ୨ ନଭେମ୍ବର ପର୍ଯ୍ୟନ୍ତ ଚାଲିବ ବୋଲି ବ୍ଳକ ଅଧ୍ୟକ୍ଷ ଶ୍ରୀ ସୁନିଲ କୁମାର ପଣ୍ଡା କହିଛନ୍ତି । ସତ୍ୟବାଦୀ ବ୍ଳକର ବିଜେଡି ସଭାପତି ପ୍ରମୋଦ ରାଉତରାୟଙ୍କ ତତ୍ୱବଧାନରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ପଦଯାତ୍ରା ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ଖେଳ ପଡିଆରୁ ଆରମ୍ଭ ହୋଇ ସାକ୍ଷୀଗୋପାଳ ବକୁଳବନ ସ୍ଥିତ ପଞ୍ଚସଖାଙ୍କ ସମାଧିପୀଠରେ ବିଧାୟକ, ବ୍ଳକ ଅଧ୍ୟକ୍ଷଙ୍କ ସହିତଯୁବ ବିଜେଡିକର୍ମୀ ମାନେସାମାଧି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ବିଧାୟକ ଶ୍ରୀ ସାମନ୍ତରାୟ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଏକ ମଟର ସାଇକେଲ ଶୋଭାଯାତ୍ରାରେ ସାକ୍ଷୀଗୋପାଳ ବଜାର ପରିକ୍ରମା କରି କାଦୁଆ ଆଶ୍ରମରେ ପହଞ୍ଚି ସେଠାରେ ଗୋପବନ୍ଧୁ ଓ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିଥିଲେ । ସତ୍ୟବାଦୀ ନିର୍ବାଚର ମଣ୍ଡଳୀର ପ୍ରାୟ ୧୦ହଜାରରୁ ଅଧିକ ମହିଳା, ଯୁବକ ଓ ବିଜେଡି କର୍ମୀ ମାନେ ବିଜେଡି ପତାକା ଓ ବେଳରେ ଦଳୀୟ ଉତ୍ତରୀୟ ପକାଇ ଗୀତର ତାଳେ ତାଳେ ନାଚ କରି ଯାଉଥିବାର ଦେଖାଯାଇଥିଲା । ଏପରିକି ପ୍ରାୟ ଦୁଇ କିଲୋମିଟର ରାସ୍ତା ପର୍ଯ୍ୟନ୍ତ ପଦଯାତ୍ରା ଲମ୍ବିଥିବାର ଦେଖାଯାଇଥିଲା । ଏହି ପଦଯାତ୍ରାରେ ବିଜୁ ପ୍ରେମୀ ,ମହିଳା, ଯୁବକ ମାନେ ବିଭିନ୍ନ ସ୍କୋଗାନ ଦେଇ ବିରାଟ ପଟୁଆରେରେ ଐତିହ୍ୟ ସୁଆଣ୍ଡୋ ଗ୍ରାମକୁ ପଦଯାତ୍ର କରିଥିଲେ । ସେଠାରେ ମନ୍ତ୍ରୀଙ୍କ ସହିତ ବିଧାୟକ, ବ୍ଳକ ଅଧ୍ୟକ୍ଷ, ବ୍ଳକ ବିଜେଡି ସଭାପତି, ସରପଞ୍ଚ , ସମିତିସଭ୍ୟସଭ୍ୟା, ମହିଳା ଗୋଷ୍ଠୀର ମା ମାନେ ଓ ବିଜୁ ପ୍ରେମୀ ମାନେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିଥିଲେ । ପଦଯାତ୍ରା ସମୟରେ ବିଭିନ୍ନ ଗ୍ରାମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ରିପ୍ଳୋଟ ବାଣ୍ଟିଥିଲେ । ଏହି ପଦଯାତ୍ରାରେ ଲୋକମାନଙ୍କର ସମର୍ଥନ ସହିତ ସ୍ଥାନୀୟ ବିଧାୟକ ଉମାକାନ୍ତ ସମାନ୍ତରାୟଙ୍କ ସମର୍ଥନ ଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୧୦/୨୦୨୩----୮,୧୦ Sakhigopal News, 9/10//2023