Breaking News

ଖଣ୍ଡପଡ଼ାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ



ନୟାଗଡ  ---  ଖଣ୍ଡପଡ଼ାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଖଣ୍ଡପଡ଼ା ବ୍ଲକ ଉପାଧ୍ୟକ୍ଷ ଶିଶିର କୁମାର ସାହୁଙ୍କ ନେତୃତ୍ୱରେ ଆୟୋଜିତ  ଜନ ସମ୍ପର୍କ ପଦଯାତ୍ରାରେ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ,ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ବେହେରା ଖଣ୍ଡପଡ଼ା ବ୍ଲକ ଅଧ୍ୟକ୍ଷ ଉପମା ବେହେରାଙ୍କ  ସମେତ ଦଳର ବହୁ ତୁଙ୍ଗ ନେତା ସଂଗଠକ ପଞ୍ଚାୟତସ୍ତରୀୟ ଜନ ପ୍ରତିନିଧିମାନେ ଯୋଗଦେଇଥିଲେ। ରାଜ୍ଯ ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ସମ୍ପର୍କରେ ବିଜେଡି ନେତାମାନେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଖଣ୍ଡପଡ଼ା ବ୍ଲକ କାର୍ଯ୍ଯାଳୟ ଠାରୁ ପଦଯାତ୍ରା ଆରମ୍ଭ ହୋଇ ସହର ପରିକ୍ରମା କରି ମା ଉମାଦେବୀଙ୍କ ମନ୍ଦିର ଠାରେ ପଦଯାତ୍ରା ଶେଷ ହୋଇଥିଲା।
ନୟାଗଡରୁ  ନିରଂଜନ ଦାସଙ୍କ ରିପୋର୍ଟ,୧୧/୧୦/୨୦୨୩---୩,୪୦ Sakhigopal News,11/10/2023

Blog Archive

Popular Posts