ଜାତୀୟ ସବୁଜ ବାହୀନୀର ଛାତ୍ରଛାତ୍ରୀଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ
ଭଞ୍ଜନଗର--ଭଞ୍ଜନଗର ଶ୍ରୀରାମ ନଗର ନିକଟରେ ଥିବା ସାଇ ଗୁରୁକୁଳ ଆବାସିକ ବିଦ୍ୟଳାୟରେ ଆଜି ଇକୋ କ୍ଳବ ତଥା ଜାତୀୟ ସବୁଜ ବାହିନୀ ର ଛାତ୍ରୀ, ଛାତ୍ର ଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ସଭାପତି ଶୂଳପାଣି ଶତପଥୀ ଙ୍କ ସଭାପତିତ୍ୱରେ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଆନୁଷ୍ଠାନ ର ନିର୍ଦେଶକ ସୂର୍ଯ୍ୟ ନାରାୟଣ ପାତ୍ର, ପ୍ରଧାନ ଶିକ୍ଷକ ପଞ୍ଚାନନ ସାହୁ ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଖାଦ୍ୟ ସୁରକ୍ଷା, ଆବଶ୍ୟକତା ଥିବା ଲୋକଙ୍କୁ ସୁଷମ ଖାଦ୍ୟ ବଣ୍ଟନ ଏବଂ ମୁଖ୍ୟତଃ ସ୍ୱଛତା ବାବଦରେ ନିଜ ନିଜର ବକ୍ତବ୍ୟ ରଖିଥିଲେ l ଇକୋ କ୍ଳବ ଦାଇତ୍ୱରେ ଥିବା ଗୁରୁମା ଇକୋ କ୍ଳବ ଦ୍ୱାରା ବର୍ଷ ର ବିଭିର୍ଣ୍ଣ ସମୟରେ ପାଳନ କରା ଯାଉଥିବା କଥାକୁ ସୁନ୍ଦର ଭାବରେ ପରି ପ୍ରକାଶ କରିଥିଲେ l ଜାତୀୟ ସବୁଜ ବାହିନୀ (ଇକୋ କ୍ଳବ )ତରଫରୁ ପ୍ରକାଶିତ ପତ୍ରିକା, ସବୁଜିମା, କୁ ଇକୋ କ୍ଳବ କୁ ପ୍ରଦାନ କରିବା ସାଥେ ସାଥେ ଅଗାମି ଦିନରେ ବ୍ରହ୍ମପୁର ବନଖଣ୍ଡ କାର୍ଯ୍ୟଳୟ କୁ ନିଜ ନିଜର ଲେଖା ଦେବାକୁ ଅନୁରୋଧ କରାଯାଇଛି l ଅନୁଷ୍ଠାନ ର ଅଧ୍ୟକ୍ଷ ଅଜିତ କୁମାର ଶତପଥୀ ଏବଂ ଅନ୍ୟତମ ନିର୍ଦେଶକ ରମାକାନ୍ତ ପାଢ଼ୀ ଙ୍କ ପରାମର୍ଶକ୍ରମେ ଅନୁଷ୍ଠାନରେ ପ୍ରତିବର୍ଷ, ଚାରା ରୋପଣ, ପଲିଥିନ ବନ୍ଦ କରିବା, ବନ୍ୟ ପ୍ରାଣୀ ସପ୍ତାହ, ବନ ମହୋଛବ ଇତ୍ୟାଦି ପାଳନ କରଯାଇ ବିଭିନ୍ନ ପତ୍ରି ଯୋଗିତା କରି ପୁରସ୍କାର ବଣ୍ଟନ କରା ଯାଇଥାଏ ବୋଲି ମତ ପ୍ରକାଶ କରିଥିଲେ। ଆଜିର କାର୍ଯ୍ୟକ୍ରମ ରେ ସ୍ବେଛାସେବୀ ଅନୁଷ୍ଠାନ ତେଜସ୍ୱନି ତରଫରୁ ମୁଖ୍ୟ ଉପଦେଷ୍ଟା ଏବଂ ଅନୁଷ୍ଠାନ ର ସ୍ବେଛାସେବୀନୀ ମାହେଶ୍ୱରୀ ତ୍ରିପାଠୀ ଙ୍କ ସହଯୋଗ ରେ ପୁରସ୍କାର ଗୁଡିକ ଏବଂ ପତ୍ରିକା ସବୁଜିମା ବଣ୍ଟନ କରିବା ବ୍ୟବସ୍ତା ହୋଇ ଥିଲା l ଅନୁଷ୍ଠାନ ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ଥିବା ବେଳେ ଅନୁଷ୍ଠାନ ରନ୍ଧା ଖାଦ୍ୟ ରୋଷେୟା, ତାଙ୍କରି ସହ କର୍ମି ଏବଂ ସଫାଇ କର୍ମଚାରୀ ଙ୍କୁ ମଧ୍ୟ ଖାଦ୍ୟ ଦୁରକ୍ଷl ଓ ଉତ୍ତମ ଖାଦ୍ୟ ର ବଣ୍ଟନ ପ୍ରକ୍ରିୟା, ପରିବେଶ ସୁରକ୍ଷା, ସ୍ୱଛତା ବାବଦରେ ଆଲୋଚନା ଓ ସଚେତନ କରାଯାଇଥିଲା l କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନ ର ଶିକ୍ଷୟତ୍ରି ମାମି ଗୁରୁମା ଏବଂ ପଞ୍ଚାନନ ସାହୁ ଗୁରୁଜୀ ଧନ୍ୟବାଦ ଦେଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୧୦/୨୦୨୩_---୬,୨୫ Sakhigopal News,17/10/2023