Breaking News

କ୍ଲଷ୍ଟର ସ୍ତରୀୟ ସୁରଭି-୨୦୨୩ ପ୍ରତିଯୋଗୀତା ଅନୁଷ୍ଠିତ



ଭଞ୍ଜନଗର---- ସ୍ଥାନୀୟ ବେଲଗୁଣ୍ଡା ବ୍ଲକ ଅନ୍ତର୍ଗତ ପାଟୁଳି ସାହି କ୍ଲଷ୍ଟର ସୁରଭି ଓ ମିଲେଟ୍ ପ୍ରତିଯୋଗୀତା ସରକାରୀ ଉନ୍ନୀତ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ, ଧୁମୁଛାଇରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଗୋପାଳ ଚନ୍ଦ୍ର ପାଢ଼ୀ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ ।  କ୍ଲଷ୍ଟର ୧୦ଟି ବିଦ୍ୟାଳୟରୁ ୧୦୦ ବିଦ୍ୟାର୍ଥୀ ବରିଷ୍ଠ ଓ କନିଷ୍ଠ ବିଭାଗର ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ।ବିତର୍କ, ବକ୍ତୃତା, ପ୍ରବନ୍ଧ, କୁଇଜ, ଗୀତ ଓ ସାଂସ୍କୃତିକ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଧୁମୁଛାଇ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରଶ୍ମିତା ସ୍ବାଇଁ, ସଭାର ସଭାପତି ଧୁମୁଛାଇ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବି. ଜୟଗୋପାଳ,ସମ୍ମାନୀତ ଅତିଥି ନୂଆଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ନେହଲତା ବିଷୋୟୀ ଓ ପ୍ରଧାନ ଶିକ୍ଷୟତ୍ରି ଶ୍ରୀମତୀ ନମିତା ପାତ୍ର, ପ୍ରଧାନ ଶିକ୍ଷକ ଶ୍ରୀ ସୁବତ୍ର କୁମାର ପାତ୍ର ପ୍ରମୁଖ ପୁରସ୍କାର ବିତରଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପାଟୁଳି ସାହି କ୍ଲଷ୍ଟର ସି.ଆର୍.ସି.ସି ଶ୍ରୀ କାଳୁ ଚରଣ ଗୌଡ଼ ସଂଯୋଜନା କରିଥିଲେ ଓ ଶିକ୍ଷକ ଅଶୋକ କୁମାର ବେହେରା, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ପ୍ରଶାନ୍ତ କୁମାର ବିଷୋୟୀ ଓ ବିଷ୍ଣୁପ୍ରସାଦ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୧୦/୨୦୨୩-----୮,୧୫ Sakhigopal News,10/10/2023

Blog Archive

Popular Posts