Breaking News

ମହିଳା ମହାବିଦ୍ୟାଳୟ ଓ କେଏସୟୁବି କଲେଜ ପରିସରରେ ସାଇବର ସୁରକ୍ଷା ଅଭିଯାନ-

 
ଭଞ୍ଜନଗର--- - ସ୍ଥାନୀୟ ସାବିତ୍ରୀ ମହିଳା ମହାବିଦ୍ୟାଳୟ ଓ କେଏସୟୁବି କଲେଜ ପରିସରରେ ସାଇବର ସୁରକ୍ଷା  ଅଭିଯାନ-୨୦୨୩ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜିତ କୁମାର ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଇବର ସୁରକ୍ଷା ଅଭିଯାନ ଦ୍ବାରା ଛାତ୍ର ଛାତ୍ରୀ ମାନେ ସଚେତନ ହେଲେ ସେମାନେ ଏସଂପର୍କରେ ଅନ୍ୟ ମାନଙ୍କୁ ସଚେତନତା କରାଇ ପାରିବେ। ଆଜିର ଇଣ୍ଟରନେଟ ଯୁଗରେ ବିଭିନ୍ନ ଡିଭାଇସ୍ ଉପଯୋଗ କରି ସାଇବର ଠକ ମାନେ ଠକେଇ କରିଥାନ୍ତି।  ଜଣଙ୍କ ବ୍ୟକ୍ତିଗତ ଆକାଉଣ୍ଟ ର ଏଟିଏମ୍ କାର୍ଡ ର ୧୬ ଟି ନମ୍ବର ସହ ସାଇବର ଠକ ମାନେ ଓଟିପି ଓ ପାସ୍ ୱାର୍ଡ ଆଦି ଚତୁରତାର ସହ ନେଇ ଯାଇ ଜଣଙ୍କୁ ସର୍ବସ୍ବାନ୍ତ କରି ଦେଇଥାନ୍ତି। ସେହିପରି ଫେସବୁକ୍ ଓ ଅନ୍ୟ ଆକାଉଣ୍ଟ୍ ମାଧ୍ୟମରେ ସାଇବର ଠକ ମାନେ ଯୁବତୀ ମାନଙ୍କୁ ଟାର୍ଗେଟ କରିଥାନ୍ତି। ବନ୍ଧୁତ୍ବ ଜମାଇ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ନେବା ପରେ ସାଇବର ଠକ ମାନେ ବ୍ଳାକ୍ ମେଲି° ଆରମ୍ଭ କରିଥାନ୍ତି। ଅନେକ ସମୟରେ ଏଭଳି କିଛି କାରଣରୁ ବହୁ ନିରୀହ ଝିଅଙ୍କ ଜୀବନ ମଧ୍ୟ ଯାଉଛି। ଏଣୁ ସାଇବର ଠକ ମାନଙ୍କ ସଂପର୍କରେ ସଚେତନ ହେବା ନିହାତି ଜରୁରୀ ହୋଇପଡିଛି ବୋଲି ରାଜ୍ୟ ସରକାର ଅନୁଭବ କରି ଏଭଳି ସାଇବର ସୁରକ୍ଷା ଅଭିଯାନ ସଚେତନତା ରଥ ପରିକ୍ରମା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜିତ କୁମାର ପୃଷ୍ଟି ସୂଚନା ଦେଇଛନ୍ତି।
ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର ଏସଡିପିଓ ବିଶ୍ଵାମିତ୍ର ହରପାଲ୍, ଥାନା ଅଧିକାରୀ ଭଗବାନ ପୂଜାରୀ, ସାବିତ୍ରୀ ମହିଳା ମହାବିଦ୍ୟାଳୟ ର ପରିଚାଳନା କମିଟି ସଭାପତି ଡକ୍ଟର ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ପ୍ରଫେସର କୃତିବାସ ବିଶ୍ବାଳ, ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ସୁଶାନ୍ତ କୁମାର ମଲ୍ଲିକ ପ୍ରମୁଖ ମଞ୍ଚାସୀନ ଯୋଗ ଦେଇଥିଲେ ।  ସେହିପରି କେଏସୟୁବି କଲେଜ ମଧ୍ୟ ଅନୁରୂପ ଭାବେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। 
  ଶେଷରେ ବିଭିନ୍ନ ଭିଡିଓ ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବା ସହ କିଛି କଳାକାର କ୍ଷୁଦ୍ର ନାଟକ ମାଧ୍ୟମରେ ସଚେତନତା ସୃଷ୍ଟି କରିଛନ୍ତି। ଶେଷରେ ଥାନା ଅଧିକାର ଶେଷରେ ବିଭିନ୍ନ ଭିଡିଓ ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବା ସହ କିଛି କଳାକାର କ୍ଷୁଦ୍ର ନାଟକ ମାଧ୍ୟମରେ ସଚେତନତା ସୃଷ୍ଟି କରିଛନ୍ତି। ଶେଷରେ ଥାନା ଅଧିକାରୀ ଭଗବାନ ପୂଜାରୀ କାର୍ଯ୍ୟକ୍ରମ ର ସଫଳତା ପାଇଁ ଉଭୟ ମହାବିଦ୍ୟାଳୟ ର ଭାଗିଦାରୀ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ ୯/୧୦/୨୦୨୩---୯.୩୫-Sakhigopal. 9/10/2023

Blog Archive

Popular Posts