Breaking News

ଅନେକବର୍ଷ ପରେ ଗାଁରେ ଗୋଡ ଥାପିଲେ ବିଧାୟକ ଗ୍ରାମର ମହିଳା ଓ ଗ୍ରାମବାସୀ ମାନେ ସ୍ୱାଗତ କଲେ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ

   



ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକର ପେଣ୍ଠପଡା ଗ୍ରାମ ପଞ୍ଚାୟତର ସାନକାଞ୍ଜିଆ ଗ୍ରାମରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଗୋଡ ଥାପିଛନ୍ତି ।  ଅନେକ ବର୍ଷ ପରେ ବିଧାୟକ ଭାବେ ଉକ୍ତ ଗ୍ରାମରେ ଗୋଡ ଥାପିଛନ୍ତି ବିଧାୟକ ଉମାକାନ୍ତ ସାମନ୍ତରାୟ । ଶ୍ରୀ ସାମନ୍ତରାୟଙ୍କ ଆଗରୁ ଅନେକ ବିଧାୟକ ହୋଇଛନ୍ତି ମାତ୍ର କଥା ଦେଇଛନ୍ତି ଗ୍ରାମକୁ ଆସିନାହାନ୍ତି । ମାତ୍ର ଆଜି ଗ୍ରାମର ରୁଦ୍ରାଣି ଯୁବକ ସଂଘର ଯୁବକ ମାନେ ବିଧାୟକଙ୍କୁ ଅତିଥି ଭାବେ ଗ୍ରାମକୁ ନିମନ୍ତ୍ରଣ କରିବା ସହ ଏକ ସଭାର ଆୟୋଜନ କରିଥିଲେ । ଏହା ଜାଣିବା ପରେ ଗ୍ରାମର ମୁରବି ମାନେ ସେମାନଙ୍କୁ ସହଯୋଗ କରିବା ସହିତ ଗ୍ରାମର ମା ମାନେ ବିଧାୟକଙ୍କୁ ସ୍ୱାଗତ କରିବା ପାଇଁ ଆଗେଇ ଆସିଥିଲେ । ଗ୍ରାମର ମୁରବି ତଥା ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିବା ସହିତ ଗ୍ରାମରେ ଥିବା କେତେକ ଅସୁବିଧା ସମ୍ପର୍କରେ ମତ ରଖିଥଲେ । ସେହିପରି  ଉମେଶ ଚନ୍ଦ୍ର ପ୍ରଧାନ ବିଧାୟକ ଓ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡାଙ୍କ ନଜରକୁ ଗ୍ରାମରେ ଥିବା ଅସୁବିଧା ସମ୍ପର୍କରେ ମତ ରଖିଥଲେ । ସେହିପରି ପେଣ୍ଠପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଚିନ୍ମୟ ରାଉତ ଯୋଗ ଦେଇ ବିଭିନ୍ନ ଯୋଜନା ମାଧ୍ୟମରେ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନିଆଯାଇଛି । ମାତ୍ର ଗ୍ରାମବାୀ ମାନଙ୍କ ସହଯୋଗ ରହିଲେ ନିଶ୍ଚୟ କାମ ଆଗେଇବ ବୋଲି ସେ ମତ ପ୍ରକାଶ କରିଥିଲେ । ସେହିପରି ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା କହିଥିଲେ ସତ୍ୟବାଦୀ ବ୍ଳକର ଉକ୍ତ ଗ୍ରାମ ଏକ ଆଦର୍ଶ ଗ୍ରାମ ଗଡି ତୋଳିବା ପାଇଁ ବିଧାୟକଙ୍କୁ ଅନୁରୋଧ କରିଥିଲେ । ଯାହାକି ଏହି ଗ୍ରାମକୁ ଦେଖି ଅନ୍ୟ ଗ୍ରାମବାସୀ ମାନେ ସେମାନଙ୍କ ଗ୍ରାମ କରିବେ ବୋଲି କହିଥିଲେ । ଶେଷରେ ବିଧାୟକ ଶ୍ରୀ ସାମନ୍ତରାୟ କହିଥିଷଲ ଯେ କୋଠଘର ପାଇଁ ୫ଲକ୍ଷ ଓ ରୁଦ୍ରାଣି କ୍ଳବ ଘର ପାଇଁ ୩ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର ହୋଇଯାଇଛି । ଗ୍ରାମ ବାସୀଙ୍କ ଅନୁରୋଧ କ୍ରମେ ଉକ୍ତ ଗ୍ରାମରେ ଥିବା ତ୍ରିନାଥ ମନ୍ଦିରର ପୁନଃ ଉଦ୍ଦାର ପାଇଁ ୪ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର ଘୋଷଣା କରିଥିଲେ । ସେହିପରି ସରପଞ୍ଚଙ୍କ ଦୁଇ ଭାଇ ବିଦେଶରେ ରହିଥିଲେ ମଧ୍ୟ ଏହି ଗ୍ରାମ ପ୍ରତି ତାଙ୍କର ଯେଉଁ ମନ ରହିଛି ସେଥିପାଇଁ ସେ ତାଙ୍କୁ ସାଧୁବାଦ ଜଣାଇଥିଲେ ଏବଂ ରୁଦ୍ରାଣି ଯୁବକ ସଂଘର ସଦସ୍ୟ ଓ ଦୁଇ ୱାର୍ଡ ସଭ୍ୟ ମାନଙ୍କୁ ଆଜିର ଏହି ଆୟୋଜନ କରିଥିôବାରୁ ସେମାନଙ୍କୁ ସାଧୁବାଦ ଜଣାଇଥିଲେ । ଏହି ଅବସରରେ କ୍ଳବ ଓ କୋଠ ଘର ପାଇଁ ନଡିଆ ବାଡେଇ ଶୁଭ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆତ୍ମର ଅଧ୍ୟକ୍ଷ ମହମ୍ମଦ ଝିକିରିଆ, ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ମହାପାତ୍ର, ସୁନିଲ କୁମାର ସାହୁଙ୍କ ସହିତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ । ସେହିପରି ବିଜୁ ଯୁବ ଜନତା ଦଳର  ଏକ ଅସ୍ଥାୟୀ କାର୍ଯ୍ୟାଳୟ ବସଷ୍ଟାଣ୍ଡ ନିକଟରେ ଉଦଘାଟନ ବିଧାୟକ କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୧୦/୨୦୨୩---୮,୧୦   Sakhigopal News,27/10/2023

Blog Archive

Popular Posts