Breaking News

ଥୁଆବାରୀ ଗ୍ରାମରେ ୮୨ତମ ପ୍ରଜାମଣ୍ଡଳ ସହୀଦ ଶ୍ରାଦ୍ଧ ଦିବସ ପାଳିତ


ନୟାଗଡ଼ --- ନୟାଗଡ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଗାଁ କହିଲେ ମନକୁ ଆସିଯାଏ ଗୌଡ଼ ଥୁଆବାରୀ ଗାଁ। ୧୯୩୬ ମହିହାରେ ପ୍ରଜାମଣ୍ଡଳ ଆନ୍ଦୋଳନରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ଆନନ୍ଦ ଚନ୍ଦ୍ର ସ୍ବାଇଁଙ୍କ ନେତୃତ୍ୱରେ  ଗୌଡ଼ ଥୁଆବାରୀ ଗ୍ରାମର ୬୨ରୁ ଉର୍ଦ୍ଧ୍ବ ସଂଗ୍ରାମୀ ପ୍ରଜାମଣ୍ଡଳ ଆନ୍ଦୋଳନରେ ଯୋଗ ଦେଇଥିଲେ । ପ୍ରଥମେ ନୂଆଗାଁ ଥାନା ଉପରେ ଆକ୍ରମଣ କରି ଥାନାରେ ନିଆଁ ଲଗାଇବା ସହ ଗୋରା ସାହେବ ମାନଙ୍କୁ ମାଡ ମାରି ବିତାଡିତ କରିଥିଲେ। ଏବଂ ବରକୋଳା ଡାକ ବଙ୍ଗଳାରେ ନିଆଁ ଲଗାଇ ଦେଇଥିଲେ।ବଙ୍ଗଳାରେ ନିଆଁ ଲଗାଇବା ସମୟରେ ଇଂରେଜ ଗୁଳିରେ କଷ୍ଟି ଡାକୁଆ, ଆନନ୍ଦ ଚନ୍ଦ୍ର ସ୍ୱାଇଁ, ଭାଗବତ ସ୍ୱାଇଁ ସହୀଦ ହୋଇଥିଲେ । ଅନ୍ୟ ୫୮ଜଣଙ୍କୁ ଇଂରେଜ ମାନେ ମାଡ ମାରି ବିତାଡିତ କରିଥିଲେ। ପରବର୍ତ୍ତୀ ସମୟରେ  ପୁଣି ଥରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଛାଡ଼ ଆନ୍ଦୋଳନରେ ୫୦ରୁ ଉର୍ଦ୍ଧ୍ବ ସଂଗ୍ରାମୀ ନୂଆଗାଁ ଥୁଆବାରି ଗ୍ରାମରୁ ନିଜ ନିଜର ପରିବାରକୁ ଛାଡି ଭାରତ ମା'କୁ ସ୍ୱାଧୀନ କରିବା ନିମନ୍ତେ ହସି ହସି ନିଜ ଜୀବନକୁ ବଳିଦାନ ଦେଇଥିଲେ। ଥୁଆବାରି ଗ୍ରାମରେ ସହୀଦ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ରାଷ୍ଟ୍ରୀୟ ସମ୍ମାନ ଦେବା  ସହ ସହୀଦ ସ୍ତମ୍ବ ନିର୍ମାଣ କରାଯାଇଥିଲା। ତତ୍ ସହିତ  ଥୁଆବାରିକୁ ଆଦର୍ଶ ଗ୍ରାମରେ ନାମିତ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ନୂଆଗାଁ ତହସିଲଦାର ପ୍ରଳୟା ନନ୍ଦ ଶତପଥୀ, 
ବ୍ଳକ ଅଧକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ,ମଣ୍ଡଳ ଉନୟନ ଅଧିକାରୀ ପ୍ରମୋଦ କୁମାର ନାୟକ, ବ୍ଲକ ଉପାଧ୍ୟାକ୍ଷା ପୁଷ୍ପାଞ୍ଜଳି ସାହୁ, ଗୁମି ପଞ୍ଚାୟତ ସରପଞ୍ଚ ରଜନୀ ନାୟକ ଯୋଗ ଦେଇଥିଲେ।ନୂଆଗାଁ ବ୍ଲକ୍ ପାରାଢିପି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସ୍ୱାଧୀନତା ସଂଗ୍ରାମୀ ଆଦର୍ଶ ଗ୍ରାମ, ଗୌଡ଼ ଥୁଆବାରୀ ଠାରେ  ଶହିଦ୍ ଶ୍ରାଦ୍ଧ ଦିବସ ତଥା ପ୍ରଜାମଣ୍ଡଳ ସ୍ଵାଧୀନତା ସଂଗ୍ରାମୀ କଣ୍ଡୁରି ପରିଡ଼ା , ବୁଦ୍ଧି ପରିଡ଼ା ଓ ଦୟା ବେହେରାଙ୍କ ସ୍ମୃତି ଉଦ୍ଧେଶ୍ୟରେ ୮୨ତମ  ସହିଦ୍ ସ୍ମାରକୀ ସମାରୋହ ସଭାରେ ଅତିଥି ମାନେ ଯୋଗଦେଇ ସହିଦ୍ ସ୍ତମ୍ବ ରେ  ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ଦଶପଲ୍ଲା ବିଧାୟକ ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ ସହିଦ ହୋଇଥିବା ପରିବାରଙ୍କୁ ସତ ନମସ୍କାର ଜଣାଇବା ସହ ସେମାନଙ୍କ ସ୍ମୃତି ଗାନ କରିଥିଲେ । ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୧/୧୦/୨୦୨୩,୪,୨୦ Sakhigopal News,11/10/2023

Blog Archive

Popular Posts