Breaking News

ବେଆଇନ୍ ବାଣ ଗୋଦାମରେ ଚଢାଉ ଲକ୍ଷାଧିକ ଟଙ୍କାର ବାଣ ସହ ଦୁଇଭାଇ ଗିରଫ


ଜଟଣୀ : ସୋମବାର ସକାଳ ସମୟରେ ଜଟଣୀ ଥାନା ଅନ୍ତର୍ଗତ କୁସୁମାଟି ଗାଁରେ ବେଆଇନ୍ ଭାବେ ଜନବସତି ମଧ୍ୟରେ ବିପୁଳ ପରିମାଣର ବିଷ୍ପୋରକ ବାଣ ଗଛିତ ରଖାଯିବା ସହିତ ଜନସାଧାରଣଙ୍କୁ ବିକ୍ରୀ କରିବା ପାଇଁ ମସୁଧା ହେଉଥିବା ଖବର ଥାନାଧିକାରୀ ସୌମ୍ୟକାନ୍ତ ବଳିଆରସିଂହ ଖବର ପାଇଥିଲେ।  ଥାନାର ଅନ୍ୟ କର୍ମଚାରୀଙ୍କ ସହ ପାଟ୍ରୋଲିଂ ଡ୍ୟୁଟି କରୁଥିବା ଏଏସ୍ଆଇ ରମ୍ଭାବତି ବରୁଆ ପ୍ରମୁଖ ଚଢ଼ାଉ କରି ବହୁ ସଂଖ୍ୟାରେ ବିଜୁଳି ଫାୟାର କ୍ରାକର ଆଦି ଜବତ କରିଥିଲେ l ଏହି ବେଆଇନ୍ ବ୍ୟାପାର ଚଳାଇଥିବା କୁସୁମାଟି ଗାଁ ମଝି ସାହିର ସ୍ଵର୍ଗତ କୈଳାସ ଚନ୍ଦ୍ର ସୁବୁଦ୍ଧିଙ୍କ ଦୁଇ ପୁଅ ଛବିନ୍ଦ୍ର କୁମାର ସୁବୁଦ୍ଧି (୪୯) ଓରଫ ଛବି ଓ ପବିତ୍ର ସୁବୁଦ୍ଧି (୪୬) ଓରଫ ପବି ଙ୍କୁ ଗିରଫ କରାଯାଇଥିଲା l ଏଥି ସହିତ ସେମାନଙ୍କ ହେପାଜତରୁ ସ୍ଥାନୀୟ କାରିଗରଙ୍କ ଦ୍ଵାରା ପ୍ରସ୍ତୁତ କୁମ୍ପି ୪୦୦ ଟି ,ସ୍ପାର୍କର୍ସ ୧୦୦୦ ଟି , ଜାମିନ୍ କ୍ରାକର୍ସ ଡିଲକ୍ସ ୬୦ ପ୍ୟାକେଟ୍ , କିଟ୍କାଟ ୧୬୦ ପ୍ୟାକେଟ୍ , ଫୁଲହାଣ୍ଡି ଜଏଣ୍ଟ୍ ୨୧ ପ୍ୟାକେଟ୍, ୯୭ ରଙ୍ଗ, ସଟ୍ ୮ ପ୍ୟାକେଟ୍ , ରକେଟ୍ ୩୨ ପ୍ୟାକେଟ୍ , ଆକାଶ ଚିତ୍ରକାର ୬୦ ପ୍ୟାକେଟ୍ , ବିଭିନ୍ନ ସାଇଜର ସ୍ପାର୍କ ରଙ୍ଗ ୮୭ ପ୍ୟାକେଟ୍ , ୧୫ପେଟି ଆକାଶ ପ୍ରଦୀପ ଆଦି ଜବତ କରାଯାଇଥିଲା 
 ଯାହାର ଆନୁମାନିକ ମୂଲ୍ଯ ଲକ୍ଷାଧିକ ଟଙ୍କା ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଜୋନ୍ ୩ ଏସିପି ପ୍ରଦୀପ କୁମାର ରାଉତ ସୂଚନା ଦେଇଛନ୍ତି l ଏ ନେଇ ଜଟଣୀ ଥାନାରେ କେସ୍ ନଂ ୩୭୫/୨୩ ଭାରତୀୟ ବିସ୍ଫୋରକ ଅଧିନିୟମ ୧୮୮୪ / ସେକ୍ ୫ ଓଡ଼ିଶା ଆତସବାଜି ଏବଂ ଉଚ୍ଚ ସ୍ୱର ବକ୍ତା ନିୟମ ଅଧିନିୟମ ୧୯୮୫ ଆଧାରରେ ଆସାମୀ ମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ସୂଚନା ମିଳିଛି l ଅପରପକ୍ଷେ ସହର ତଥା ଆଖପାଖ ଅଞ୍ଚଳରେ ଅନେକ ସ୍ଥାନରେ ଥିବା ଘର, ମନ୍ଦିର, କୋଠଘର ଭିତରେ ବେଆଇନ୍ ଭାବେ ବାଣ ଗଛିତ ରଖାଯାଇଥିବା ଶୁଣିବାକୁ ମିଳୁଛି l

Blog Archive

Popular Posts