ସତ୍ୟବାଦୀ ରେ ଭାରତ କୋ ଜାନୋ ପ୍ରତିଯୋଗିତା
ସାକ୍ଷୀଗୋପାଳ----- ଭାରତ ବିକାଶ ପରିଷଦର ସତ୍ଯବାଦୀ ଶାଖା ପକ୍ଷରୁ ବାସୁକେରା ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଭାରତ କୋ ଜାନୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସବିତା ପ୍ରଧାନ କୁଳପତି ଓଡ଼ିଆ ବିଶ୍ୱବିଦ୍ୟାଳୟ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟ ଅତିଥି ଭାବେ ସତ୍ଯବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ, ଅବସରପ୍ରାପ୍ତ ଅଧ୍ୟକ୍ଷ ବୃନ୍ଦାବନ ରଥ, ସତ୍ଯବାଦୀ ଦାଶ, ସଭାପତି ଓଡ଼ିଶାର ପ୍ରାନ୍ତ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ନବୀନ କୁମାର ସେନାପତି ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶାତ୍ମବୋଧକ ଭାବନା ସୃଷ୍ଟି କରିବା ପ୍ରଥମ ଲକ୍ଷ୍ୟ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ। ଏହି ଅବସରରେ ପ୍ରାୟ କୋଡିଏରୁ ଅଧିକ ବିଦ୍ଯାଳୟର ଛାତ୍ରଛାତ୍ରୀ ମାନେ ପ୍ରତିଯୋଗିତା ରେ ଭାଗ ନେଇଥିଲେ। ଉଦଯାପିତ ଉତ୍ସବରେ ଅତିଥି ଭାବେ ସୈମେନ୍ଦ୍ର ଦାସ ପ୍ରାନ୍ତୀୟ ସଙ୍ଗଠନ ସଚ୍ଚିବ, କ୍ଷେତ୍ରୀୟ ସଚିବ ଓଡ଼ିଶା ପୂର୍ବ ପ୍ରାନ୍ତର ସଭାପତି ସତ୍ଯବାଦୀ ଦାଶ ଯୋଗ ଦେଇ ପ୍ରତିଯୋଗିତା ରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ କପ ପ୍ରଦାନ କରିଥିଲେ। ଭାରତ ବିକାଶ ପରିଷଦ ସତ୍ଯବାଦୀ ଶାଖାର ସମ୍ପାଦକ ନବଘନ ଶତପଥି ମଞ୍ଚ ପରିଚାଳନା କରୁଥିଲେ। ସତ୍ୟବାଦୀ ଶାଖାର ସଭାପତି ପୂର୍ଣଚନ୍ଦ୍ର ମହାପାତ୍ର ପରିଚୟ ପ୍ରଦାନ କରିବା ସହ ସ୍ବାଗତ ଭାଷଣ ଦେଇଥିଲେ। ବିଷ୍ଣୁ ପ୍ରସାଦ ମହାପାତ୍ର , ଦିଗନ୍ତ ପତି,ବ୍ରହ୍ମା ମହାରଣା,ରୀତା ତ୍ରିପାଠୀ,ବିଷ୍ଣୁ ମହାରଣା, ଦେବରାଜ ନାୟକ, ସୁଶାନ୍ତ ରଥ, ବସନ୍ତ କୁମାର ସ୍ବାଇଁ ,ପଦ୍ମଲୋଚନ ମହାପାତ୍ରଙ୍କ ସହିତ ବିଦ୍ୟାମନ୍ଦିର ର ଗୁରୁଜୀ ଗୁରୁମା କାର୍ଯ୍ଯକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଭାରତ ବିକାଶ ପରିଷଦ ସତ୍ଯବାଦୀ ଶାଖାର କୋଷାଧ୍ୟକ୍ଷ ବିଜୟ କୁମାର ପରିଡ଼ା ଧନ୍ୟବାଦ ଦେଇଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୯/୧୦/୨୦୨୩-----୮,୫୫ Sakhigopal News,19/10/2023
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୯/୧୦/୨୦୨୩-----୮,୫୫ Sakhigopal News,19/10/2023