Breaking News

ଜାତୀୟ ସ୍ତରରେ ଖୋ ଖୋ କ୍ରୀଡା ପ୍ରତିଯୋଗିତା କୁ ମନୋନୀତ ହେଲା , ଅଷ୍ଟମ ଶ୍ରେଣୀରେ ଛାତ୍ରୀ - ଇତି


ଭଞ୍ଜନଗର 
- ଖୋ-ଖୋ  ଖେଳ ପାଇଁ ଜାତୀୟ ସ୍ତରକୁ ମନୋନୀତ ହୋଇଛନ୍ତି ବଣ-ପାହାଡ ଘେରା ଗାଁ ର ଝିଅ ।  ନିଜ ବିଚକ୍ଷଣ ଖେଳ-କୌଶଳର ଫଳ ସ୍ବରୂପ , ଏଭଳି ସୁଯୋଗ ପାଇଥିବାରୁ ଗାଁ ଲୋକଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଅଞ୍ଚଳବାସୀ ଏବେ ବହୁତ ଖୁସି । ଗଂଜାମ ଜିଲ୍ଲା ଭଞ୍ଜ ନଗର ବ୍ଳକ ଅନ୍ତର୍ଗତ ମୁଜାଗଡ ଗାଁର ଅଷ୍ଟମ ଶ୍ରେଣୀର ଛାତ୍ରୀ  ଇତି ସାହୁଙ୍କ ଏଭଳି ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି ।ଖୋ ଖୋ ଖେଳରେ ଗାଁ ରୁ ଯାଇ ଜାତୀୟ ସ୍ତରରେ ଖେଳିବାକୁ ମନୋନୀତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକର ମୁଜାଗଡ ହାଇସ୍କୁଲର ଛାତ୍ରୀ ଇତି ସାହୁ ଏବେ ଚର୍ଚ୍ଚାରେ । ବିଦ୍ୟାଳୟ ସ୍ତରରେ ୧୪ ବର୍ଷରୁ କମ୍ ବାଳିକା ବର୍ଗରେ ହୋଇଥିବା ଖୋ ଖୋ ଖେଳ ପାଇଁ, ମୁଜାଗଡ ହାଇସ୍କୁଲର ଝିଅ ଇତି ସାହୁ ମନୋନୀତ ହୋଇଥିଲା । ପ୍ରଥମେ ବ୍ଳକ୍ ସ୍ତରୀୟ  ତା’ପରେ  ଜୋନ୍ ଏବଂ ଜିଲ୍ଲା ସ୍ତରରେ ଭଲ ଖେଳ ପ୍ରଦର୍ଶନ କରିଥିଲା । ଏବଂ ପରେ ଅନୁଗୋଳ ଠାରେ ହୋଇଥିବା ରାଜ୍ୟ ସ୍ତରୀୟ ଖେଳରେ ଭଲ ଖେଳି ଏବେ ଜାତୀୟ ସ୍ତର ପ୍ରତିଯୋଗିତା କୁ ମନୋନୀତ ହୋଇଛନ୍ତି  । ଯାହା ମୁଜାଗଡ ଗାଁ ସମେତ, ଭଂଜନଗର ବ୍ଳକ ଏବଂ ଜିଲ୍ଲା ପାଇଁ ଗୌରବ ଆଣିଛି । ପାଠପଢା ସହିତ ଖେଳ ପାଇଁ ରହିଥିବା ରୁଚି ହିଁ , ଇତି କୁ ଆଜି ଜାତୀୟ ସ୍ତରରେ ଖେଳିବାର ସୁଯୋଗ ସୃଷ୍ଟି କରିଛି । ଯାହା , କମ୍ ପିଲାଙ୍କ ଭାଗ୍ୟରେ ଜୁଟିଥାଏ । ଏଥିପାଇଁ ଏବେ, ନିଜକୁ ପୁଣିଥରେ ପ୍ରସ୍ତୁତ କରିବା ଆରମ୍ଭ କରିଛି । ଜାରି ରଖିଛି ଅଭ୍ୟାସ । ଖେଳ ଶିକ୍ଷକ ଚିନ୍ମୟ  ସାହୁ  , ଏ ସଂକ୍ରାନ୍ତରେ ଇତିକୁ ତାଲିମ୍ ଦେଉଛନ୍ତି । ବିଦ୍ୟାଳୟ ତରଫରୁ ମଧ୍ୟ ଯଥାସମ୍ଭବ ସହଯୋଗ କରାଯାଉଛି । ଜାତୀୟ ସ୍ତରରେ ହେଉଥିବା ଖୋ ଖୋ ଖେଳରେ  ଇତି ସାହୁ ନିଶ୍ଚିତ ଭାବେ ସଫଳତା ପାଇବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ ବୈଜୟନ୍ତୀମାଳା ପ୍ରିୟଦର୍ଶିନୀ । ଦୃଢ଼ ଇଚ୍ଛା ଏବଂ ଆନ୍ତରିକତା ହିଁ ପ୍ରତ୍ୟେକ ମଣିଷକୁ ସଫଳତାର ଦ୍ବାର-ଦେଶରେ ପହଞ୍ଚାଇଥାଏ । ସେଭଳି  ଏକ ସୁଯୋଗ ଇତି ସାହୁ ଙ୍କ ପାଇଁ ଆସିଛି ବୋଲି  ସ୍ଥାନୀୟ ଗ୍ରାମବାସୀମାନେ କହିଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୧୦/୨୦୨୩----୮,୨୫ Sakhigopal News,19/10/2023

Blog Archive

Popular Posts