Breaking News

୨୫ ଲିଟର ଚୋରାମଦ ଜବତ - ୨ ଗିରଫ



ଭଞ୍ଜନଗର - ଭଞ୍ଜନଗର ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ହାତ ରନ୍ଧାମଦ ୨୫ ଲିଟର ଜବତ କରାଯାଇଥିବା ବେଳେ ପୋଚ ମଧ୍ୟ ନଷ୍ଟ କରାଯାଇଥିବା  ଭଞ୍ଜନଗର ଅବକାରୀ ଅଧିକାରୀ  ଅଂଶୁମାନ ଜେନା ସୁଚନା ଦେଇଛନ୍ତି । ଏହା ସହ ଚୋରାମଦ କାରବାର ଓ ପ୍ରସ୍ତୁତ କରୁଥିବା ଅଭିଯୋଗ ରେ ୨ ଜଣଙ୍କୁ ଗିରଫ କରିଛି ଅବକାରୀ ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ତାରସିଂ ଗ୍ରାମର ଖଦାଳ ନାୟକ ଗାୟାଗଣ୍ଡା ଗ୍ରାମର ରିନା ନାୟକ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ଚଢ଼ାଉ ରେ ଅବକାରୀ  ଏସଆଇ - ଅଲିଭା ମାଝି , ଭବାନୀ ବେହେରା ,ଏ ଏସ ଆଇ ନିରଞ୍ଜନ ବେହେରା , ସନାତନ ନାହାକ,  ସୁବଳ ପ୍ରଧାନ , ଜଗନ୍ନାଥ ମହାପାତ୍ର , କୃଷ୍ଣଚନ୍ଦ୍ର ସେଠୀ , ସ୍ବାଧୀନ ସାହୁ ଏବଂ ଅନ୍ୟ କର୍ମଚାରୀ ମାନେ ସାମିଲ ହୋଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ ,୧୧/୧୦/୨୦୨୩----୯,୧୦ Sakhigopal News,11/10/2023

Blog Archive

Popular Posts