ଧଳା ଜହର ଜବତ, ଜଣେ ଯୁବକ ଗିରଫ
ପୁରୀ ---ପୁରୀ ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ନିମାପଡ଼ା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ନିମାପଡ଼ା ଥାନା ଅଧୀନ ନିମାପଡ଼ା ସ୍ଵୟଂଶାସିତ ମହାବିଦୟାଳୟ ପଛ ପଟ ଫାଟକ ନିକଟରେ ଚଢ଼ାଉ କରିଥିଲେ । ସେଠାରୁ ସୌରଭ ଘୋଷଲ, ବୟସ -୨୦ ବର୍ଷ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ତାଙ୍କ ନିକଟରୁ ୭୩ ଗ୍ରାମ ବ୍ରାଉନ ସୁଗାର (ହେରୋଇନ ) ସହ ଏକ Yamaha R15 bike(Regd. No-OD 02 CK 7643)ଏବଂ ୫୦୦୦(ପାଞ୍ଚ ହଜାର) ଟଙ୍କା ଜବତ କରିବାରେ ସଫଳ ହୋଇଛନ୍ତି। ନିମାପଡା ଅବକାରୀ ଥାନା କେସ ନଂ :- ୧୧୩/୨୩-୨୪ ରେ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ-କାରାଗାରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୭,୩୦,୦୦୦ ଟଙ୍କାରୁ ଉର୍ଦ୍ଧ ହେବ ।ଏହି ଚଢ଼ାଉରେ ଅବକାରୀ ASI-ଶ୍ରୀ ଜିତେନ୍ଦ୍ର କୁମାର ବେହେରା,Staff- ତପନ କୁମାର ପ୍ରଧାନ ,ସ୍ୱାଗତିକା ଘେଡଇ, ଶରତ ଚନ୍ଦ୍ର ସାହୁ ପ୍ରମୁଖସାମିଲ ଥିଲେ। ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୯/୧୦/୨୦୨୩---୯,୧୦ Sakhigopal News,19/10/2023