ଗୋପବନ୍ଧୁ ଜୟନ୍ତୀ ଅବସରରେ ସତ୍ୟବାଦୀ ସେବା ଟ୍ରଷ୍ଟ ର ୩ୟ ଜନ୍ମ ବାର୍ଷିକ ଉତ୍ସବ ପାଳିତ
ସାକ୍ଷୀଗୋପାଳ ---ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଜନ୍ମ ଜୟନ୍ତୀ ଅବସରରେ ସତ୍ୟବାଦୀ ସେବା ଟ୍ରଷ୍ଟ ର ୩ୟ ଜନ୍ମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଉତ୍କଳମଣିଙ୍କ ଷଠି ଘରେ ସତ୍ୟବାଦୀ ସେବା
ଟ୍ରଷ୍ଟ ର ଅନ ଲାଇନ ୱେବସାଇଟ ଟ୍ରଷ୍ଟ ର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଅଶୋକ କୁମାର ମାହାପାତ୍ର ଵଟମ ମାରି ଉଦଘାଟନ କରିଥିଲେ । ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଟ୍ରଷ୍ଟ ତରଫରୁ ବଳପୁର ଛକ ଠାରେ କରାଯାଇ ଥିବା ମାଗଣା ସ୍ୱାସ୍ଥ ସେବା ଶିବିରକୁ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ରୂପେ ଉମାବଲଭ ମହାପାତ୍ର, ଜୟଶ୍ରୀ ମହାପାତ୍ର, ହେମନ୍ତ ରଥ ଓ ଧିରେନ୍ଦ୍ର ଜେନା ଯୋଗଦେଇଥିଲେ । ଟ୍ରଷ୍ଟର ସଭାପତି ସୁଦର୍ଶନ ପ୍ରଧାନ, ସମ୍ପାଦକ ସୁଶାନ୍ତ କୁମାର ରଥ ,କୋଷାଧକ୍ଷ ଉପେନ୍ଦ୍ର ବିଶ୍ୱାଳ,ସଂଯୋଜକ ଟିକିନା ମିଶ୍ର, ଅନ୍ନପୂର୍ଣ୍ଣା
ପ୍ରଧାନ, ରିତା ତ୍ରିପାଠୀ, ନୀଳକଣ୍ଠ ବାରିକ,ପ୍ରଶାନ୍ତ ନାୟକ,କାଜଲ ମାହାପାତ୍ର, ପଦ୍ମଲୋଚନ ମହାପାତ୍ର ,ରାଜେଶ ମିଶ୍ର, ଆଦି ସହଯୋଗ କରିଥିଲେ । ଏଥିରେ ହାଇଟେକ ହସ୍ପିଟାଲ ଭୁବନେଶ୍ୱର ର ଅଭିଜ୍ଞ ଡାକ୍ତର ଶ୍ରୀମିତ ମାହାନ୍ତି ,ଡାକ୍ତର ଅନନ୍ୟା ହୋତା, ଡାକ୍ତର ସତ୍ୟବ୍ରତ ଦାଶ,ଡାକ୍ତର ସାଇ ପ୍ରଜ୍ଞା ଦାସ, ଓ ଅନ୍ୟ ଷ୍ଟାଫ ସହଯୋଗରେ ଅସ୍ତିଶଲ୍ୟ,ମେଡ଼ିସିନ,ଦାନ୍ତ,ଆଖି, ଶିଶୁ ରୋଗର ଉପଶମ ପାଇଁ ଔଷଧ, ଏସିଜି,ବ୍ଲଡ଼ ପ୍ରେସର, ରକ୍ତର ନମୁନା ପାଖ ଅଞ୍ଚଳର ଦୁଇଶହ ସାତ ରୋଗୀ ଦେଖିଥିଲେ ।ଏହି କାଯ୍ୟକ୍ରମ କୁ ଟ୍ରଷ୍ଟ ର ସମ୍ପାଦକ ସୁଶାନ୍ତ କୁମାର ରଥ ଆୟୋଜନ ଟ୍ରଷ୍ଟ ତରଫରୁ କରିଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି,୯/୧୦/୨୦୨୩---୮,୪୫ Sakhigopal News,9/10/2023