Breaking News

ଶିଶୁ ବାଟିକା ମାତୃ କର୍ମଶାଳା ଅନୁଷ୍ଠିତ



ଜଟଣୀ - ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିଶୁ ବାଟିକା ବିଭାଗର ୮୨ ଜଣ ମାଆ ମାନଙ୍କର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପରିଚାଳନା ସମିତିର ସଭାପତି ପ୍ରଶନ୍ନ କୁମାର ରଥ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ପ୍ରାତଃ ପର୍ଯାୟ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ଅତିଥି ପରିଚୟ ପ୍ରଦାନ କରିଥିଲେ l ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାନସରଞ୍ଜନ ଜେନା ସ୍ୱାଗତ ଭାଷଣ ମାଧ୍ୟମରେ ଉତ୍ତମ ଚରିତ୍ରବାନ ଶିଶୁ ସନ୍ତାନ ନିର୍ମାଣ ନିମନ୍ତେ ମାଆ ମାନଙ୍କର ବିଶେଷ ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ  l ମାଆ ଶିଶୁଙ୍କୁ ଉତ୍ତମ ଭାବେ ଅନୁଶୀଳନ କରିବା ସହ ଉପଯୁକ୍ତ ଭାବରେ ଲାଳନ ପାଳନ, ଶିକ୍ଷା ଦୀକ୍ଷା ଓ ସଂସ୍କାର ଶିଖାଇବା ଉଚିତ ବୋଲି ମତ ପରାମର୍ଶ ଦେଇଥିଲେ l ପରେ ପରେ ମାଆ ମାନଙ୍କର ଶାରୀରିକ କର୍ମଶାଳାର ମୁକ୍ତ ବ୍ୟାୟାମ, ଦଉଡି ଟଣା, ଟାୟାର ଖେଳ, ଅଙ୍କାବଙ୍କା ଚାଲିବା ସହ ବାୟୁର ଚାପ, ସଂକୋଚନ, ପ୍ରସାରଣ, ଦ୍ରବ୍ୟ, ଦ୍ରାବକ ଓ ଭାସିବା, ବୁଡିବା ଇତ୍ୟାଦି ହସ୍ତ କର୍ମ, ବୌଦ୍ଧିକ ବିକାଶ, ଝୋଟି, ମାତୃମଣ୍ଡଳୀଙ୍କ ଦ୍ୱାରା ଭଜନ ନୁର୍ତ୍ୟ ପରେ ପୁରସ୍କାର ବିତରଣ କରାଯାଇଥିଲା l ଅମୃତ କଳସ, ଶଙ୍କା ମୋଚନ କାଳାଂଶ ଓ ଶେଷରେ ଅନୁଭୂତି କଥନ ମାଆ ମାନେ କରିଥିଲେ l ଏଥିରେ ପ୍ରାତଃ ପ୍ରଜାୟ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୦/୧୦/୨୦୨୩---୮,୩୫ Sakhigopal News,10/10/2023

Blog Archive

Popular Posts