ଜଟଣୀରେ ଆମ ଓଡ଼ିଶା ,ନବୀନ ଓଡ଼ିଶାର ଶୁଭାରମ୍ଭ
ଜଟଣୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିକାଶକୁ ଯଥେଷ୍ଟ ଗୁରୁତ୍ୱ ଦେଉଥିବା ବେଳେ ଗ୍ରାମାଞ୍ଚଳ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି । ଆମ ଓଡ଼ିଶା ନବୀନ ଓଡ଼ିଶା ନାମରେ ପ୍ରତି ପଞ୍ଚାୟତ ପାଇଁ ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧା ଜିଲ୍ଲାର ପ୍ରତି ପଞ୍ଚାୟତ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି । ୫ଟି ସଚିବ ଭି. କେ ପାଣ୍ଡିଆନଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ୍ ଅନ୍ତର୍ଗତ ୧୫ ଟି ପଞ୍ଚାୟତରେ ମୋଟ ୨୦୩ ପ୍ରକଳ୍ପ ପାଇଁ ୭୫ କୋଟି ଟଙ୍କା ମଞ୍ଜୁର ହୋଇଛି । ଏହା ସହିତ ୫ଟି ସଚିବ ଭି. କେ ପାଣ୍ଡିଆନ କରିଥିବା ଜନଶୁଣାଣି କାର୍ଯ୍ୟକ୍ରମ ତଥା ଜିଲ୍ଲା ଗସ୍ତ ଅନୁସାରେ ସରକାରୀ ଡାକ୍ତରଖାନା ନବୀକରଣ ପାଇଁ ୨ କୋଟି ୪୦ ଲକ୍ଷ ଟଙ୍କା,ଜଟଣୀ ମହାବିଦ୍ୟାଳୟ ପାଇଁ ୨ କୋଟି ୫୦ ଲକ୍ଷ ଟଙ୍କା ଏବଂ ରାସ୍ତା, ବିଦ୍ୟୁତ ଇତ୍ୟାଦି ପାଇଁ ୨୫ କୋଟି ଟଙ୍କାର ଆବଶ୍ୟକ ଅର୍ଥ ମଞ୍ଜୁର କରାଯାଇଛି l ମାନ୍ୟବର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଜଟଣୀ ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଯୁବକଙ୍କ ପାଇଁ କ୍ରୀଡ଼ା କ୍ଷେତ୍ରରେ ବ୍ୟାପକ ବିକାଶକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିବା କହିଥିଲେ । ସେହିପରି ବ୍ଲକ୍ ଅଧ୍ୟକ୍ଷା ଜୟନ୍ତୀ ଛୋଟରାୟ ଧର୍ମାନୁଷ୍ଠାନ ସହ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଆବଶ୍ୟକ ଗୋଷ୍ଠୀ ଗୃହ ନିର୍ମାଣ କାର୍ଯ୍ୟ ଏହି ଯୋଜନାରେ କରାଯାଇ ପାରିବ ବୋଲି କହିଥିଲେ । ବିଡିଓ ରଶ୍ମିତା ନାଥ , ପୈାର ପରିଷଦ ଅଧ୍ୟକ୍ଷ ଅନନ୍ତ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବିଜୟ କୁମାର ଛୋଟରାୟଙ୍କ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଯୋଗ ଦେଇଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୮/୧୦/୨୦୨୩----୭,୨୦ Sakhigopal News,28/10/2023