ବନ ସୁରକ୍ଷା ସମିତି ଗୃହ ଉଦଘାଟନ
ଭଞ୍ଜନଗର-- ଉତ୍ତର ଘୁମୁସର ବନଖଣ୍ଡ ଅଧିନସ୍ଥ ତାରାସିଙ୍ଗି ବନାଞ୍ଚଳର ସାରଙ୍ଗପଟା, ଖଜୁରୀପଲ୍ଲୀ ଓ ବୁରୁଡୁଙ୍ଗି ବନ ସୁରକ୍ଷା ସମିତି ଗୃହ ଗୁଡ଼ିକର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବନଖଣ୍ଡ ଅଧିକାରୀ ଶ୍ରୀ ସୁଦର୍ଶନ ବେହେରାଙ୍କ ଦ୍ୱାରା ସମସ୍ତ ଗୃହ୍ ଗୁଡିକ ଉଦଘାଟନ କରିଥିଲେ I ଏଥିରେ ତାରାସିଙ୍ଗି ରେଞ୍ଜର କୃତିବାସ କୁମାର, ଏସ.ଏମ.ଏସ କାହ୍ନୁ ଚରଣ ସାହୁ, ସଂଯୋଜକ ରାମ ଚନ୍ଦ୍ର ବାରିକ, ରଞ୍ଜନ କୁମାର ବେହେରା, ସ୍ଥାନୀୟ ବନପାଳ, ବନରକ୍ଷୀଙ୍କ ସମେତ ପ୍ରତ୍ୟେକ ଭି.ଏସ.ଏସ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ। ଏହି ଅବସରରେ ସମସ୍ତ ତିନୋଟି ସ୍ଥାନରେ କିଛି ସମୟ ପାଇଁ ବୈଠକ କରାଯାଇଥିଲା । ସଂଯୋଜକ ରାମ ଚନ୍ଦ୍ର ବାରିକ ସମସ୍ତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହିତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ବାରା କରାଯାଇଥିବା ବିଭିନ୍ନ ରୋଜଗାର ବୃଦ୍ଧି କାର୍ଯ୍ୟକ୍ରମ ଉପରେ ବିଶଦ ଭାବରେ ବର୍ଣ୍ଣନା କରିଥିଲେ I SHG ସଭ୍ୟା ମାନେ ଜିଆ ଖତ ଚାଷ କରି କିଭଳି ସ୍ବାବଲମ୍ବୀ ହୋଇପାରିଛନ୍ତି ସେ ବିଷୟରେ ନିଜର ଅଭିଜ୍ଞତା ବଖାଣି ଥିଲେ I ଭି.ଏସ୍.ଏସର ସଭାପତି, ଆନିମେଟର ମାନେ ସ୍ୱତପୃତ ଭାବେ 100 ଟି ଲେଖାଏଁ ଚାରା ଜଙ୍ଗଲରେ ଲଗାଇ ତାହାର ରକ୍ଷଣା ବେକ୍ଷଣ କରିବା ପାଇଁ ଅଧିକାରୀ କହିଥିଲେ I ସମ୍ପ୍ରତି, ବନ୍ୟପ୍ରାଣୀ ମାନଙ୍କର ଜୀବନ ଅତି ସଙ୍କଟାପର୍ଣ୍ଣ ପରିସ୍ଥିତିରେ ଗତି କରୁଥିବାରୁ ଏହାର ସ୍ଥାୟୀ ସମାଧାନ ନିମନ୍ତେ ସ୍ଥାନୀୟ ଜନସାଧାରଣ ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ବେହେରା କହିଥିଲେ I ଆଜି କାଲି ବନ୍ୟ ପ୍ରାଣୀ ଓ ମଣିଷ ମାନଙ୍କ ମଧ୍ୟରେ ଲଢେଇ ଅହରହ ଲାଗି ରହିବା ଯୋଗୁଁ ବହୁ ମୂଲ୍ୟବାନ ଧନ ଜୀବନ ନଷ୍ଟ ହେବାରେ ଲାଗିଛି I ଏହାର ସ୍ଥାୟୀ ସମାଧାନ ନିମନ୍ତେ ବ୍ୟାପକ ଜନ ସଚେତନତାର ଆବଶ୍ୟକତା ଥିବାର ଅତିଥିମାନେ କହିଥିଲେ I ଜଙ୍ଗଲ ଘଞ୍ଚ ହେଲେ ବନ୍ୟ ଜୀବଜନ୍ତୁ ମାନେ ଜଙ୍ଗଲରେ ହିଁ ରହିବେ I ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ସହାୟତାରେ ଯେଉଁ ଦୁଇ ଲକ୍ଷ ଟଙ୍କା ଦିଆଯାଇଛି ତାକୁ ବ୍ୟବହାର କରି SHG ମାନେ ଛେଳି ପାଳନ, କୁକୁଡ଼ା ପାଳନ, ବତକ ପାଳନ, ମାଛ ଚାଷ, ମହୁ ଚାଷ, ଜିଆ ଖତ ଚାଷ କରି ରୋଜଗାରକ୍ଷମ ହୋଇପାରିବେ ବୋଲି ମଧ୍ୟ କହିଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୧୦/୨୦୨୩---୪,୪୫ Sakhigopal News,13/10/2023