Breaking News

ବନ୍ୟଜନ୍ତୁ ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଉଥିବା ବେଳେ ବନବିଭାଗ ର ଚଢ଼ାଉ ,୨ ଗିରଫ



ଭଞ୍ଜନଗର - କେନ୍ଦ୍ରୀୟ ବନାଞ୍ଚଳ  ଅନ୍ତର୍ଗତ ଲାଠିପଡା ଜଙ୍ଗଲରେ ବାରାହା ଶିକାର  ପାଇଁ  ବିଦ୍ୟୁତ୍ ତାର ବିଛାଉଥିବା ବେଳେ , ବନବିଭାଗ କର୍ମଚାରୀ ମାନେ ଚଢ଼ାଉ କରିଥିଲେ ।  
ଘଟଣା ସ୍ଥଳରୁ ଶିକାର ସରଞ୍ଜାମ ଜବତ କରିବା  ସହ ୨ ଅଭିଯୁକ୍ତ ଙ୍କୁ ଗିରଫ କରିଥିଲା ବନ ବିଭାଗ । ଏନେଇ ସୂଚନା ଦେଇଛନ୍ତି  ବନାଞ୍ଚଳ ଅଧିକାରୀ କୁମାର ବେହେରା ।ଗିରଫ ଅଭିଯୁକ୍ତ ମାନେ ହେଲେ କେଦୁପଲୀ ଗ୍ରାମର ଗଉଡ ନାୟକ ଏବଂ କାର୍ତ୍ତିକ ନାୟକ ।  ସୂଚନା ପ୍ରକାରେ ଦୁଇ ଅଭିଯୁକ୍ତ କିଛି ଦିନ ହେଲା  ସଂପୃକ୍ତ ଜଙ୍ଗଲରେ  ବାରାହା ସମେତ କିଛି ବନ୍ୟଜନ୍ତୁ ଶିକାର କରି ଆସୁଥିଲେ । ଏବଂ ଶିକାର ମାଂସକୁ ବିକ୍ରି କରୁଥିବାର ଖବର ସ୍ଥାନୀୟ ବନପାଳ ନିକଟରେ ପହଞ୍ଚିଥିଲା । ଏସଂକ୍ରାନ୍ତରେ ବନପାଳ ଅମ୍ରିତା ଜେନା , ସଂପୃକ୍ତ ଶିକାରୀ ଙ୍କ ଉପରେ ନଜର ରଖି ଆସୁଥିଲେ  । ବୁଧବାର ରାତ୍ରରେ ବାରାହା ଶିକାର କରିବା ପାଇଁ ବିଦ୍ୟୁତ୍ ହୁକ ପକାଉଥିବା ସୂଚନା ପାଇ କର୍ମଚାରୀ ଙ୍କ ସହ ଘଟଣା ସ୍ଥଳରେ ଚଢ଼ାଉ କରିଥିଲେ । ଏବଂ ଦୁଇ ଅଭିଯୁକ୍ତ ଙ୍କୁ  ଗିରଫ କରି ଭଞ୍ଜନଗର ରେ ଥିବା ମୁଖ୍ୟ କାର୍ଯ୍ୟାଳୟକୁ ଆଣି ଅଧିକ ତଦନ୍ତ କରିଥିଲେ ।   ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ବନାଞ୍ଚଳ ଅଧିକାରୀ ଶ୍ରୀ ବେହେରା  ସୂଚନା ଦେଇଛନ୍ତି  ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୧୦/୨୦୨୩---୮,୫୫ Sakhigopal News,12/10/2023

Blog Archive

Popular Posts