Breaking News

ସାକ୍ଷୀଗୋପାଳର ଝିଅ ଟାଇକୋଣ୍ଡୋରେ ଜାତୀୟ ରେଫରୀ ଭାବେ ମନୋନୀତ





 ସାକ୍ଷୀଗୋପାଳ ---- ଚଳିତ ମାସ 13 ରୁ 15 ପର୍ଯ୍ୟନ୍ତ ପୁରୀ ରେଲୱେ ଇଣ୍ଡୋର ହଲ ଠାରେ ଓଡିଶା ଟାଇକୋଣ୍ଡୋ ସଙ୍ଘ ଦ୍ୱାରା ଆୟୋଜିତ ଏହି ରେଫେରୀ ସେମିନାର ଅନୁଷ୍ଠିତ ହୋଇଯାଇଛି।  ସାକ୍ଷୀଗୋପାଳ ର ସୁରେନ୍ଦ୍ର ନାୟକ ଙ୍କ ଝିଅ ସ୍ମୃତି ରେଖ ନାୟକ ଜାତୀୟ ରେଫେରୀ ଭାବେ ମନୋନୀତ ହୋଇଛନ୍ତି l ଏହି ସେମିନାର 200ରୁ ଅଧିକ ବାଳକ ବାଳିକା ଅଂଶ ଗ୍ରହଣ କରିଥିଲେ  l ସେମିନାର ରେ ବିଶ୍ୱ ଟାଇକୋଣ୍ଡ ସଙ୍ଘ ପ୍ରତିଯୋଗିତା ର ନୂତନ ନିୟମ ବଳି ସବୁ ଶିକ୍ଷା ଦିଆ ଯାଇଥିଲା l କର୍ଣ୍ଣାଟକ ର ମାଷ୍ଟର  ଥିରୁ ମଲ ଯେ ଅନ୍ତର୍ଜାତୀୟ ରେଫେରୀ ପରୀକ୍ଷକ ଭାବେ ନିଯୁକ୍ତି ହେଇଥିଲେ l ସ୍ମୃତି ରେଖା ନାୟକ ସାକ୍ଷୀଗୋପାଳ ସ୍ଥିତ ହାନା ଟାଇକୋଣ୍ଡୋ ରେ ଟାଇକୋଣ୍ଡୋ ଶିକ୍ଷା ଲାଭ କରୁଛନ୍ତି l କୋଚ ଦୀପକ କୁମାର ପ୍ରଧାନ ଏବଂ ଓଡିଶା ଟାଇକୋଣ୍ଡୋ ସଙ୍ଘ ର ସମ୍ପାଦକ ମାଷ୍ଟର ମନମୋହନ ଭଞ୍ଜ ତାଙ୍କୁ ସୁଭେତ୍ସା ସହ ସେମିନାର ର ସଫଳତା କାମନା କରିଛନ୍ତି। ଏହି ଖବର ପ୍ରସାରିତ ହେବା ପରେ ସ୍ମୃତି ରେଖାକୁ ସ୍ବାଗତ ଜଣାଇଛନ୍ତି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୯/୧୦/୨୦୨୩----୯,୪୫  Sakhigopal News,19/10/2023

Blog Archive

Popular Posts