ସାବିତ୍ରୀ ମହିଳା ମହାବିଦ୍ୟାଳୟରେ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭଞ୍ଜନଗର -- ସାବିତ୍ରୀ ମହିଳା ମହାବିଦ୍ୟାଳୟ ଠାରେ ତିନିଦିନିଆ କ୍ରୀଡା ପ୍ରତିଯୋଗୀତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଅଧ୍ୟକ୍ଷ ଡ଼ଃ ସୁଶାନ୍ତ କୁମାର ମଲିକଙ୍କ ଦ୍ଵାରା ଅନୁଷ୍ଠିତ କାର୍ଯ୍ୟକ୍ରମରେ କ୍ରୀଡା ସଂଯୋଜକ ରଶ୍ମିତା ବେହେରା ଙ୍କ ସହ ଅଧ୍ୟାପକ ଓ ଅଧ୍ୟାପିକା ପ୍ରମୁଖ ଯୋଗ ଦେଇଥିଲେ । ଅଧ୍ୟାପିକା ସୁପ୍ରଭା ବେହେରା, ଅଧ୍ୟାପକ ପ୍ରେମଚାନ୍ଦ ମଲ୍ଲିକ, ପଙ୍କଜ ଦାସ, ସନ୍ତୋଷ କୁମାର ମହାନ୍ତି, ହେମଲତା ଭୋଇ, ସ୍ଵର୍ଣ୍ଣ ମହାରଣା , ପ୍ରଭାତି ଓ ସସ୍ମିତା ମିଶ୍ର ଆଦି ଯୋଗ ଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ଉଚଶିକ୍ଷା ଓଡିଶା ସରକାରଙ୍କ ଦ୍ଵାରା ପ୍ରୟୋଜିତ ହେଇଥିବାରୁ ଅଧ୍ୟକ୍ଷ ଡ଼ଃ ମଲ୍ଲିକ ଉଚ୍ଚଶିକ୍ଷା ବିଭାଗକୁ ନିଜର କୃତଜ୍ଞତା ଜଣାଇଥିଲେ । ଏହା ସହ ଛାତ୍ରୀ ମାନଙ୍କ ଉତ୍ସାହ ବଢିବା ସହ ସାମୁହିକ କାର୍ଯ୍ୟ ଓ ସାଂସ୍କୃତିକ ପ୍ରତିଭା ବଢାଇବା କ୍ଷେତ୍ରରେ ଅତ୍ୟନ୍ତ ସହାୟକ ହେବ ବୋଲି ଅଧ୍ୟକ୍ଷ ଶ୍ରୀ ମଲ୍ଲିକ ନିଜ ପ୍ରତିକ୍ରିୟାରେ କହିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୧୦/୨୦୨୩----୮,୪୫ Sakhigopal News,19/10/2023