Breaking News

ତାରସିଂ ପୁଲିସ ସମିତିର ବୈଠକ

 
ଭଞ୍ଜନଗର---- ତାରସିଂ ଥାନା  ନିକଟ ପଞ୍ଚାୟତ କାର୍ଯ୍ୟାଳୟ ପରିସରେ ଥିବା ରାଜୀବ ଗାଦ୍ଧୀ ସେବା କେନ୍ଦ୍ର ଠାରେ ଆମ ପୁଲିସ ସମିତିର  ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତାରସିଂ ଥାନା ଅଞ୍ଚଳର ଜନସାଧାରଣ  ଯୋଗ ଦେଇଥିଲେ। ଚଳିତ ବର୍ଷ ପୂଜାପାର୍ବଣ ଯେପରି ସୁରୁଖୁରରେ ସମାପନ ହେବ ତାହାରି ଉପରେ ଆଲେଚନା କରାଯାଇଥିଲା ।
   ଆୟୋଜିତ ବୈଠକରେ ନୂତନ ଥାନା ଅଧିକାରୀ ଭିତିରିଆ ଅଧ୍ୟକ୍ଷତା କରିଥିଲେ।  ଆମ ପୁଲିସ ସମିତି ଲୋକଙ୍କ ମଧ୍ୟରେ ରହିଥିବା ବିଭିନ୍ନ ଅସଙ୍ଗତି ଦୂର କରିବା ସହ ସମାଜରୁ ଅନ୍ଧ ବିଶ୍ବାସ ଦୂର କରିବା,ସାଇବର ଅପରାଧ, ପରବାରିକ ହିଂସା, ଗୁଣିଗାରେଡି ଓ ପୁଲିସ ପ୍ରଶାସନ ସହ ଲୋକଙ୍କୁ ନିକଟତର କରାଇବା ଆଦି କାର୍ଯ୍ୟ କରିଥାଏ। ଏଣୁ ପୁଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ସଂପର୍କର ସେତୁ ଭାବେ ଆମ ପୁଲିସ ସମିତି କାର୍ଯ୍ୟ କରିବାକୁ ଥାନାଧିକାରୀ ଭିତିରିଆ ଗୁରୁତ୍ୱାରୋପ କରିଥିଲେ।  ଆମ ପୁଲିସ ସମିତି ର ସମସ୍ତ ସଭ୍ୟ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।  ଏସଆାଇ ସମୀର ରାଉତ କାର୍ଯ୍ଯକ୍ରମ  ସଂଯୋଜନା କରିଥିବା ବେଳେ ଶେଷରେ ଗୋପାଳ କୃଷ୍ଣ ପାଢୀ ଧନ୍ୟବାଦ ଦେଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୧୦/୨୦୨୩-----୯,୪୫ Sakhigopal News,21/10/2023

Blog Archive

Popular Posts