Breaking News

ବରାଳ ବାଲୁଙ୍କେଶ୍ୱର ଦେବଙ୍କ ହୁଣ୍ଡି ବାକ୍ସ ଗାଏବ ; ପୋଲିସ ତଦନ୍ତ ଜାରି


 ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ବରାଳ ବାଲୁଙ୍କେଶ୍ୱର ଦେବଙ୍କ ମନ୍ଦିରରୁ ଗୁରୁବାର ବିଳମ୍ବିତ ରାତିରେ କିଛି ଦୁବୁର୍ତ୍ତ ଠାଙ୍କୁରଙ୍କ ହୁଣ୍ଡି ବାକ୍ସ ଚୋରି କରି ନେଇ ପଳାଇଛନ୍ତି । ଏହାକୁ ମିଶାଇ ତିନି ଥର ମନ୍ଦିରିରୁ ଚୋରି ହୋଇଥିବା ଜଣାପଡିଛି । ସୁଚନା ଯୋଗ୍ୟ ଯେ ଗୁରୁବାର ରାତିରେ ଠାକୁରଙ୍କ ସମସ୍ତ ନୀତି କାନ୍ତି ସରିବା ପରେ ସେବାୟତ ମାନେ ପହଡ ପକାଇ ମନ୍ଦିରର ଦ୍ୱାର ବନ୍ଦ କରିଥିଲେ । ଆଜି ସକାଳୁ ସେବାୟତ ମାନେ ଦ୍ୱାର ଫିଟାଇ ଠାକୁରଙ୍କ ନୀତି କରିବା ପାଇଁ ଯିବା ସମୟରେ ମନ୍ଦିରରେ ଥିବା ହୁଣ୍ଡି ବାକ୍ସ ସେଠାରେ ନଥିବାର ଦେଖିଥଲେ । ସଙ୍ଗେ ସଙ୍ଗେ ସେବାୟତ ମାନେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜ ବଲ୍ଲଭ ମିଶ୍ରଙ୍କୁ ଜଣାଇଥିଲେ । ଶ୍ରୀ ମିଶ୍ର ମନ୍ଦିରରେ ପହଞ୍ଚି ତୁରନ୍ତ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ସତ୍ୟବାଦୀ ପୋଲିସ ଘଟଣା ସ୍ଥଳ ପରିଦର୍ଶନ କରି ତଦନ୍ତ ଜାରି ରଖିଛନ୍ତି । ପ୍ରତିଥର ଚୋରି ହେବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ଅଭିଯୋଗ ହୋଇଥାଏ । ପୋଲିସ ତା ପକ୍ଷରୁ କେବଳ ତଦନ୍ତ କରି ଚୁପ ହୋଇ ବସିରହିଥାଏ ବୋଲି ସେବାୟତ ମାନେ ଅଭିଯୋଗ ଆଣିଛନ୍ତି । ଏହା ଆଗରୁ ହୁଣ୍ଡି ବାକ୍ସ ଭାଙ୍ଗି ଚୋରି ହୋଇଥିବା ବେଳେ ଏଥର ଚୋର ମାନେ ସିଧା ସଳକ ହୁଣ୍ଡି ବାକ୍ସକୁ ଉଠାଇ ନେଇଛନ୍ତି ।  ଅନ୍ୟ ପକ୍ଷେ ଉକ୍ତ ମନ୍ଦିରିରୁ ବାରମ୍ବାର ଚୋରି ହେଉଥିଲେ ମଧ୍ୟ ସିସି କ୍ୟାମେର କାହିଁକି ଲାଗୁନାହିଁ ତାହା ଜଣାପଡୁନାହିଁ । ତୁରନ୍ତ ମନ୍ଦିରରେ ସିସି କ୍ୟାମେରା ଲାଗିବା ପାଇଁ ଦାବି ହେଉଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୧୦/୨୦୨୩---୭,୧୦    Sakhigopal News, 27/10/2023

Blog Archive

Popular Posts