Breaking News

ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ଵାରା ଅନ୍ତର ମଣ୍ଡଳୀୟ ସାଂସ୍କୃତିକ ପ୍ରତିଯୋଗୀତା ; ଖୋର୍ଦ୍ଧାରୋଡ଼ ମଣ୍ଡଳ ପ୍ରତିଯୋଗୀତା ରେ ଚମ୍ପିୟାନ



ଜଟଣୀ --ଟ୍ରାଫିକ୍ କଲୋନୀ ସ୍ଥିତ ରେଲୱେ କଲ୍ୟାଣ ମଣ୍ଡପରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ଵାରା ଅନ୍ତର ମଣ୍ଡଳୀୟ ସାଂସ୍କୃତିକ ପ୍ରତିଯୋଗୀତା – “ଡ୍ରାମା” ଆୟୋଜନ କରାଯାଇଥିଲା।। ଏହି ପ୍ରତିଯୋଗିତାରେ ୱାଲଟିୟର, ଖୋର୍ଦ୍ଧା ରୋଡ଼ ଓ ସମ୍ବଲପୁର ରେଳ ମଣ୍ଡଳ, ଏବଂ ମଞ୍ଚେଶ୍ୱର ୱାର୍କସପ୍ ର ସାଂସ୍କୃତିକ ଡ୍ରାମା ଦଳ ଅଂଶଗ୍ରହଣ କରିଥିଲେ। ଖୋର୍ଦ୍ଧା ରୋଡ଼ ମଣ୍ଡଳ ପ୍ରତିଯୋଗୀତା ରେ ଚମ୍ପିୟାନ ଟ୍ରଫି ହାସିଲ କରିଛି। ଏହି ଉତ୍ସବରେ ଖୋର୍ଦ୍ଧା ରୋଡ୍ ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀ ଏଚ୍.ଏସ୍.ବାଜୱା ଏବଂ ଶ୍ରୀମତୀ ଗୁର୍ ସିମ୍ରନ୍ କୌର୍, ମହିଳା କଲ୍ୟାଣ ସଂଗଠନର (ECORWWO) ସଭାନେତ୍ରୀ, , ଶ୍ରୀ କଲ୍ୟାଣ ପଟ୍ଟନାୟକ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଓପି) ଏବଂ ଶ୍ରୀ ଶୁଭ୍ର ଜ୍ୟୋତି ମଣ୍ଡଳ,ଖୋର୍ଦ୍ଧା ରୋଡ଼  ଅତିରିକ୍ତ ମଣ୍ଡଳ  ରେଳ ପ୍ରବନ୍ଧକ (ଇନଫ୍ରା) ଙ୍କ ଉପସ୍ଥିତିରେ, ସମ୍ପୃକ୍ତ ଡ୍ରାମା ଦଳକୁ ଚାମ୍ପିୟନ ଟ୍ରଫି ଏବଂ ରନର୍ସ ଅପ୍ ଟ୍ରଫି ପ୍ରଦାନ କରାଯାଇଥିଲା | ଏହି ଅନ୍ତର ମଣ୍ଡଳୀୟ ସାଂସ୍କୃତିକ ପ୍ରତିଯୋଗୀତା ରେ ୱାଲଟିୟର ମଣ୍ଡଳ ଦ୍ୱିତୀୟ ସ୍ଥାନ ଏବଂ  ମଞ୍ଚେଶ୍ୱର ୱାର୍କସପ୍ ତୃତୀୟ ସ୍ଥାନ ହାସିଲ କରିଛି। ଏହି କାର୍ଯ୍ୟକ୍ରମ ରେ ସମସ୍ତ ଶାଖା ଅଧିକାରୀ, ମହିଳା କଲ୍ୟାଣ ସଂଗଠନ ର ସଦସ୍ୟ ଏବଂ କର୍ମଚାରୀ ଉପସ୍ଥିତ ଥିଲେ। ଏହି ଅବସରରେ ଏକ ରଙ୍ଗୀନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା  | ଶ୍ରୀ ଅର୍ ଏନ ଏ ପରିଡ଼ା, ବରିଷ୍ଠ ମଣ୍ଡଳ କାର୍ମିକୋ ଅଧିକାରୀ ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ  I ପୂର୍ବରୁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ଦ୍ଵାରା ନୃତ୍ୟ, ଡ୍ରାମା ଏବଂ ସଙ୍ଗୀତ ପାଇଁ ମଣ୍ଡଳ ସ୍ତରୀୟ  ସାଂସ୍କୃତିକ ପ୍ରତିଯୋଗିତା ଆୟୋଜନ କରଯାଇଥିଲା। ଯେଉଁଥିରେ ମଣ୍ଡଳର କର୍ମଚାରୀମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୮/୧୦/୨୦୨୩----୮,୪୫ Sakhigopal News,18/10/2023

Blog Archive

Popular Posts