ଆନ୍ତଃମହାବିଦ୍ୟାଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ କଲ୍ୟାଣୀ ରାୟ ମହାବିଦ୍ୟାଳୟ ବିଜୟୀ
ବରଗଡ ଜିଲ୍ଲା ଅତାବିରା ବ୍କକ ଲରମ୍ଭା ମହାବିଦ୍ୟାଳୟ ଖେଳପଡିଆ ଠାରେ ସମ୍ବଲପୁର ବିଶ୍ବବିଦ୍ଯାଳୟ ଦ୍ବାରା ଆୟୋଜିତ ଆନ୍ତଃମହାବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଲରମ୍ଭା ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଅତାବିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ ଚନ୍ଦ୍ର ମେହେର, ସମ୍ମାନିତ ଅତିଥି ଭାବେ ମହାବିଦ୍ଯାଳୟ ପରିଚାଳନା କମିଟିର ସଭାପତି ରବିନାରାୟଣ ପଣ୍ଡା, ପ୍ରଧ୍ୟାପିକା ଜୟାକୁମାରୀ ମିଶ୍ର, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଅଧିକାରୀ ପିଣ୍ଟୁ ମେହେର, ଅତିଥି ଭାବରେ ଯୋଗଦେଇଥିଲେ । ଲରମ୍ଭା କଲେଜ ଖେଳପଡିଆ ଓ ତିନି ଦିନ ଧରି ନୀଳଶୈଳକଲେଜ ରାଉରକେଲା ଠାରେ ଅନୁଷ୍ଠିତ ହୋଇଥିଲା । ଲରମ୍ଭା ପଡିଆରେ ୧୮ଟି ଓ ନୀଳଶୈଳ ପଡିଆରେ ୨୨ ଟି କଲେଜ ଅଂଶ ଗ୍ରହଣ କରିଥିଲେ । ଶେଷରେ ଜୋନA ରୁ ମା ଝାଡେଶ୍ବରୀ କଲେଜ ଧମା ଓ ଜୋନ B ରୁ କଲ୍ୟାଣୀରାୟ ମହାବିଦ୍ୟାଳୟ ରାଉରକେଲା ବିଜୟ ଲାଭକରି ଫାଇନଲକୁ ଆସିଥିଲେ । ଫାଇନଲ ଖେଳ ହୋଇ କଲ୍ୟାଣୀରାୟ ମହାବିଦ୍ୟାଳୟ ୧-୦ରେ ବିଜୟ ଲାଭ କରିଥିଲା । ସେମିଫାଇନାଲ ରେ ବେଲପାହାଡ ସହ ଧମା ଓ କୁଚିଣ୍ଡା ସହ କୁଲୁଣ୍ଡି ପରସ୍ପରକୁ ଭେଟି ଧମା ଓ କୁଲୁଣ୍ଡି ବିଜୟ ଲାଭକରି ପୁଣି ତାଙ୍କ ମଧ୍ୟରେ ଖେଳ ହୋଇ ଧମା ବିଜୟ ଲାଭ କରି ଜୋନ B ରୁ ଆସିଥିବା କଲ୍ୟାଣୀରାୟ ସହିତ ଖେଳି ପରାସ୍ତ ହୋଇଥିଲା । ଏହାକୁ ବରଗଡ ସ୍ପୋର୍ଟସ ଫୁଟବଲ ସଂଘ ପକ୍ଷରୁ ଶିକ୍ଷକ ବିନୟ କୁମାର ନାୟକ ଓ ସୁଶିଳ ମହାକୁର ଖେଳ ପରିଚାଳନା କରିଥିଲେ।କଲେଜର ଅଧ୍ୟାପିକା ଦୀପିକା ଏଲିଜାବେଥ ଲାକ୍ରା, ଲକ୍ଷ୍ନୀ ମଲ୍ଲିକ, ରୋଜି ଏକ୍କା, ରୁଚିତା ମାଝି, ଯଶୋବନ୍ତୀ ସା, ଅଧ୍ୟାପକ ରବିନ୍ଦ୍ର ନାଏକ, ସମୀର କୁମ୍ଭାର,ସରୋଜ ନାୟକ, ପ୍ରଦୀପ ପଣ୍ଡା, ଶିଶିର ସାହୁ, ଅବିନାଶ ସାହୁ, ପ୍ରମୋଦ ସେଠ , ସତ୍ୟବ୍ରତ କର୍ଣ୍ଣ ଦେବାଶିଷପାତ୍ର, ମୁକେଶ ପ୍ରଧାନ,ଲିଂଗରାଜ ପୋଢ , ଏନ.ସି.ସି. ନାଭାଲର ସ୍ବେଚ୍ଛାସେବୀ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।ବହୁ ସଂଖ୍ୟାରେ ଦର୍ଶକ ଫୁଟବଲ ଖେଳକୁ ଉତ୍ସାହ ଉଦ୍ଦୀପନା ର ସହିତ ଖେଳ କୁ ଉପଭୋଗ କରିଥିଲେ। କ୍ରୀଡା ସମ୍ପାଦକ ପବିତ୍ର ମାହାନା ବାର୍ଷିକ ପାଠ କରିଥିଲେ ଓ ସହ ସଂପାଦକ ସିଦ୍ଧେଶ୍ଵର ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୪/୧୦/୨୦୨୩---୯,୧୦ Sakhigopal News,14/10/2023